• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦ୍ୱାଦଶ ଭୁବନେଶ୍ୱର ଭାରତୀୟ ସିନେମା ଉତ୍ସବ (ଆଇଏଫ୍‌ଏଫ୍‌ବି)ରେ ୪୩ଟି ସିନେମା ପ୍ରଦର୍ଶିତ ହେବ

Proprietor Abhimanyu Maharana by Proprietor Abhimanyu Maharana
January 23, 2023
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଦ୍ୱାଦଶ ଭୁବନେଶ୍ୱର ଭାରତୀୟ ସିନେମା ଉତ୍ସବ (ଆଇଏଫ୍‌ଏଫ୍‌ବି)ରେ ୪୩ଟି ସିନେମା ପ୍ରଦର୍ଶିତ ହେବ
Share on FacebookShare on TwitterWhatsapp

x.  ସପ୍ତାହବ୍ୟାପୀ ଉତ୍ସବ ଜାନୁଆରି ୨୩ରୁ ୨୯ ପର୍ଯ୍ୟନ୍ତ ଓଡ଼ିଶୀ ଡ୍ୟାନ୍‌ସ  ରିସର୍ଚ୍ଚ ସେଂଟରରେ ଚାଲିବ

x.  ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ୧୨ଟି ସିନେମା ପ୍ରଦର୍ଶନ କରାଯିବ

x.  ପ୍ରତିଦିନ ସତ୍ୟଜିତ ରାୟଙ୍କ ସିନେମା ଚାଲିବ

୨୩ ଜାନୁଆରୀ ସୋମବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଭୁବନେଶ୍ୱର ଭାରତୀୟ ସିନେମା ଉତ୍ସବ (ଆଇଏଫ୍‌ଏଫ୍‌ବି)ର ଦ୍ୱାଦଶ ସଂସ୍କରଣ ଜାନୁଆରି ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଓଡ଼ିଶାୀ ଡ୍ୟାନ୍ସ ରିସର୍ଚ ସେଂଟର୍‌ରେ ଚାଲିବ । ଏହି ବହୁ ପ୍ରତିକ୍ଷୀତ ସିନେମା ଉତ୍ସବରେ ଗୋଟିଏ ଛାତତଳେ ଅନେକ କାହାଣୀ ବର୍ଣ୍ଣନା କରାଯିବ ଯାହା ଦେଶର କଳା, ଜୀବନଶୈଳୀ ଓ ସଂସ୍କୃତିକୁ ପ୍ରଦର୍ଶିତ କରିବ । ଟୋନିଭୋ ଥୋମାସି୍‌ଙ୍କ ଅଭିନୀତ ବହୁ ଚର୍ଚ୍ଚିତ ମାଲାୟାଲମ୍ ସିନେମା ଭଝାକ୍ (ଝଗଡ଼ା) ସହ ସିନେମା ଉତ୍ସବର ଶୁଭାରମ୍ଭ ହେବ । ଏହାର ନିର୍ଦେଶନା ଦେଇଛନ୍ତି ମାଲାୟାଲମ ସିନେ ନିର୍ମାତା ସାନାଲ କୁମାର ଶଶିଧରନ ।

ଏହି ସିନେମା ହେଉଛି ଜଣେ ଯୁବ ଆଇନଜୀବୀଙ୍କ କାହାଣୀ ଯେଉଁଥିରେ ତାଙ୍କର ବିବାହ ବିଚ୍ଛେଦ ହେବା ଭଳି ସ୍ଥିତି ଉପୁଜିଥିବା ବେଳେ ସେ ଆଉ ଜଣେ ମହିଳା ଓ ଶିଶୁଙ୍କ ସଂସ୍ପର୍ଶରେ ଆସନ୍ତି ଯାହାର ବିବାହ ଭାଙ୍ଗିଯାଇଛି । ତାଙ୍କୁ ଭେଟିବା ପରେ ଆଇନୀଜୀବଙ୍କ ଜୀବନ ପ୍ରତି ରହିଥିବା ଦୃଷ୍ଟିଭଙ୍ଗୀ ବଦଳିଯାଉଛି । ଏହି ସିନେମା ପ୍ରଦର୍ଶିତ ହେବା ପରେ ଇଶ୍ୱର ମହାନ୍ତିଙ୍କ ସଂଯୋଜନାରେ ନିର୍ଦେଶକଙ୍କ ସହ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସିନେମା ମହୋତ୍ସବର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ କେରଳ ଚଳଚ୍ଚିତ୍ର ଏକାଡେମିର ଶ୍ରୀ ଗୋପୀ କ୍ରିଷ୍ଣ । ଫିଲ୍ମ ସୋସାଇଟିର ଅବୈତନିକ ସଭାପତି ଶ୍ରୀ ସୁବ୍ରତ ବେଉରା ।

ଏହି ଏକାଡେମି ପ୍ରତିବର୍ଷ କେରଳ ଆନ୍ତର୍ଜାତିକ ସିନେମା ଉତ୍ସବ ଆୟୋଜନ କରୁଛି ।
ନିଜ ପ୍ରାରମ୍ଭିକ ଅଭିଭାଷଣରେ ଫିଲ୍ମ ସୋସାଇଟିର ଅବୈତନିକ ସଭାପତି ଶ୍ରୀ ସୁବ୍ରତ ବେଉରା ଅତିଥି ଓ ଦର୍ଶକମାନଙ୍କୁ ସ୍ୱାଗତ କରିଥିଲେ ଏବଂ ବହୁ ବର୍ଷ ଧରି ମିଳୁଥିବା ସହାୟତା ପାଇଁ କେରଳ ଚଳଚ୍ଚିତ୍ର ଏକାଡେମିକୁ ଧନ୍ୟବାଦ ଜଣାଇଥିଲେ । ନିଜ ବକ୍ତବ୍ୟରେେ ସେ କହିଛନ୍ତି ଯେ, “ଓଡ଼ିଶାରେ ୪୨ ନିୟୁତ ଲୋକ ବାସ କରୁଥିବା ବେଳେ ଆମେ ହେଉଛି ଏକମାତ୍ର ସକ୍ରିୟ ଫିଲ୍ମ ସୋସାଇଟି । ଆମେ ଆଶା କରୁଛୁ ଯେ ରାଜ୍ୟର ସହଯୋଗରେ ଏବଂ ସକ୍ଷମ ସିନେମା ନୀତି ଜରିଆରେ ଓଡ଼ିଶାର ସବୁ ଜିଲ୍ଲାରେ ଫିଲ୍ମ ସୋସାଇଟି ସ୍ଥାପନ ହେବ । ନ୍ୟାସନାଲ୍ ଫିଲ୍ମ ଆର୍କାଇଭ୍‌ସ ଅଫ୍ ଇଣ୍ଡିଆ (ଏନ୍‌ଏଫ୍‌ଏଆଇ)କୁ ବନ୍ଦ କରିବା ଲାଗି ଭାରତ ସରକାର ନିଷ୍ପତି ଗ୍ରହଣ କରିବା ଏବଂ ଜାତୀୟ ସିନେମା ବିକାଶ ନିଗମ (ଏନ୍‌ଏଫ୍‌ଡିସି)ର ପୁନର୍ଗଠନ ପରେ ଫିଲ୍ମ ସୋସାଇଟିକୁ ଆଉ କୌଣସି ସହାୟତା ମିଳୁନି ।ସିନେମା ସମେତ ଯେକୌଣସି ପ୍ରକାର ଜାତୀୟ ଐତିହ୍ୟ ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରଶଂସା ପାଇଁ ଆର୍କାଇଭ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭୁନେଶ୍ୱର ଫିଲ୍ମ ସୋସାଇଟି କାଳ୍ପନିକ ସିନେମା ଉତ୍ସବର ୧୨ଟି ସଂସ୍କରଣ ଏବଂ ଡକ୍ୟୁମେଂଟାରି ଉତ୍ସବ (ଆଇଡିଏଫ୍‌ଏଫ୍‌ବି)ର ତିନିଟି ସଂସ୍କରଣ ଆୟୋଜନ କରିବାରେ ସଫଳ ହୋଇଛି । ୨୦୦୪ ପରଠାରୁ ସିନେମା ପ୍ରଦର୍ଶନ କରିବା ଏବଂ ଉତ୍ସବ ଆୟୋଜନ କରିବାର ଅଭିଜ୍ଞତାକୁ ନେଇ ଏହା ରାଜ୍ୟରେ ଫିଲ୍ମ ସୋସାଇଟି ଆନ୍ଦୋଳନକୁ ସମୃଦ୍ଧ କରିବାରେ ସହାୟକ ହେବାକୁ ପ୍ରସ୍ତୁତ ରହିଛି ।’’ ଭୁବନେଶ୍ୱର ଭାରତୀୟ ସିନେମା ଉତ୍ସବର ଏହି ସଂସ୍କରଣରେ ୪୩ଟି ସିନେମା ପ୍ରଦର୍ଶିତ କରାଯିବ ।

ସେଥିରୁ ୧୨ଟି ସିନେମାକୁ ଏସଆର୍‌ଏଫ୍‌ଟିଆଇ, ଏଫ୍‌ଟିଆଇଆଇ, ସ୍ରିଷ୍ଟି କଲେଜ, ଏନ୍‌ଆଇଡିି, ବିପିଏଫ୍‌ଟିଆଇଓ ଭଳି ସଂସ୍ଥାର ଛାତ୍ରଛାତ୍ରୀମାନେ ତିଆରି କରିଛନ୍ତି । ଛାତ୍ରଛାତ୍ରୀ ସିନେମା ପ୍ରତିଯୋଗିତାରେ ସାରା ଦେଶଣ ବିଭିନ୍ନ ଅନୁଷ୍ଠାନରୁ ୮୧ଟି ଆବେଦନ ଆସିଥିଲା ଯେଉଁଥିରେ ୧୨ଟି ସିନେମାକୁ ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ଚୟନ କରାଯାଇଛି । ଉଦଯାପନୀ ସମାରୋହରେ ଏହାର ବିଜେତାଙ୍କ ନାମ ଘୋଷଣା କରାଯିବ । ଏହି ଉତ୍ସବର ଅଂଶ ହୋଇଥିବା ବହୁ ସିନେମା ମାମି, ଆଇଏଫଏଫ୍‌କେ, ଧର୍ମଶାଳା, ବୁସାନ, ତାଲିନ୍‌, ରୋଟରଡ୍ୟାମ୍ ଓ ସାନ୍ ସେବାଷ୍ଟିଆନ୍ ଭଳି ସିନେମା ଉତ୍ସବରେ ପ୍ରଶଂସିତ ହୋଇଥିଲେ । ଏହି ଉତ୍ସବରେ କାଶ୍ମୀରଠାରୁ ଉତର ପୂର୍ବାଚଂଳ ପର୍ଯ୍ୟନ୍ତ ଦେଶର ବିଭିନ୍ନ ପ୍ରାନ୍ତର ଯୁବ ସିନେମା ନିର୍ମାତାମାନଙ୍କୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ଚଳିତ ବର୍ଷ ଉତ୍ସବର ପ୍ରମୁଖ ଆକର୍ଷଣ ହେଉଛି ସିମ୍‌ଲା, ଦରଭଙ୍ଗା, ବାରାଣାସୀ ଓ କାଶ୍ମୀର ଭଳି ଅଂଚଳରୁ ଆସିଥିବା ପ୍ରଥମ ସିନେମା । ସେହି ଅଂଚଳର ସିନେମାଗୁଡ଼ିକ ହେଉଛି ଅମର କଲୋନି, ପୋଖର କେ ଦୁନୁ ପାର, ଝିନି ଭିନି ଚନ୍ଦରିୟା ଏବଂ ଚେସ ନେ ଭେଟ୍ । କାହାଣୀକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରିବା ଏବଂ ଲୋକଙ୍କ ସହିତ ଗଭୀର ଭାବେ ଯୋଡ଼ି ହୋଇରହିଥିବାରୁ ଏହି ସିନେମାଗୁଡ଼ିକ ଉଚ୍ଚ ପ୍ରଶଂସିତ ହୋଇଛି ।ମଣିପୁରର ହାଓବାମ ପବନ କୁମାର ଓ ରୋମି ମାଇତେଇଙ୍କ ଦୁଇଟି ସିନେମାକୁ ମଧ୍ୟ ପ୍ରଦଶଇର୍ତ କରାଯିବ ।

ଭୁବନେଶ୍ୱରର ସିନେ ପ୍ରେମୀମାନେ ପ୍ରବାସୀ ଶ୍ରମିକ, ରୋଷେଇ ଘରେ ଅତ୍ୟାଚାର, ପ୍ରତିବାଦର ସମସ୍ୟା ଭଳି କାହାଣୀକୁ ନେଇ ସମସାମୟିକ ମାଲାୟାଲମ ସିନେମାଗୁଡ଼ିକରେ ନିଜକୁ ହଜାଇ ଦେଇପାରିବେ । ଭାରତୀୟ ସିନେମା ଦୁନିଆର କିମ୍ବଦନ୍ତୀ ସତ୍ୟଜିତ ରାୟଙ୍କ ୧୯୫୦ରୁ ୧୯୯୧ ପର୍ଯ୍ୟନ୍ତର ସିନେମାକୁ ଏହି ଉତ୍ସବରେ ପ୍ରଦର୍ଶିତ କରିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସାତ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ସିନେମା ଉତ୍ସବରେ ତାଙ୍କର ଚର୍ଚ୍ଚିତ ସିନେମା ପଥେର ପାଂଚୋଲି, ଅପରାଜିତୋ, ଅପୁର ସଂସାର, ମହାନଗର, ଚାରୁଲତା, ପ୍ରତିଦ୍ୱନ୍ଦ୍ୱୀ, କାପୁରୁଷ, ସୀମାବଦ୍ଧ ଓ ଆଗନ୍ତୁକକୁ ପ୍ରଦର୍ଶିତ କରାଯିବ ।ସାନାଲ ଶଶିଧରନ, କେମଲ କେଏମ୍‌, ଗୁରବିନ୍ଦର ସିଂହ, ରୋମି ମାଇତେଇ, ବାବୁ ଇଶ୍ୱର ପ୍ରସାଦ, ସିଦ୍ଧାର୍ଥ ଚୌହ୍ୱାନ, ପ୍ରଭାସ ଚନ୍ଦ୍ରା, ପାର୍ଥ ସୌରଭ ଓ ରିତେଶ ଶର୍ମାଙ୍କ ଭଳି ସିନେ ନିର୍ମାତାଙ୍କ ସହ ସିନେମା ପ୍ରଦର୍ଶନ ପରବର୍ତୀ ଆଲୋଚନା ଆୟୋଜନ କରାଯିବ । ନିର୍ଦେଶକମାନଙ୍କ କଳାତ୍ମକ ପ୍ରଥା ଏବଂ କାମ କରିବାର ଶୈଳୀ ଉପରେ ଏହି ଅଧିବେଶନଗୁଡ଼ିକ ପର୍ଯ୍ୟବେସିତ ରହିବ ଯାହା ସିନେମାରେ ରୁଚି ରଖୁଥିବା ଛାତ୍ରଛାତ୍ରୀ ଓ ସଦସ୍ୟମାନଙ୍କ ଲାଗି ହେଉଛି ଅମୂଲ୍ୟ ସମ୍ବଳ ।
କେରଳ ଚଳଚ୍ଚିତ୍ର ଏକାଡେମି ଓ କଲେକ୍ଟିଭ୍ କ୍ରାଫ୍ଟ ସହଯୋଗିତାରେ ଏହି ସିନେମା ଉତ୍ସବ ଆୟୋଜନ କରାଯାଉଛି ।

ଏହି ସିନେମା ଉତ୍ସବରେ ହାଓବାମ ପବନ କୁମାରଙ୍କ ନାଇନ୍ ହିଲ୍‌ସ ଆଣ୍ଡ୍ ୱାନ୍ ଭ୍ୟାଲି, ସାନାଲ କୁମାର ଶଶିଧରନର ଦି କ୍ୱାରେଲ୍‌, ଦେବାଶିଷ ମଖିଜାଙ୍କ ସାଇକଲ ଓ ଚିପାଟାକାଡୁମ୍ପ, ଦେବଲିନା ମଜୁମଦାରଙ୍କ ଇଫ୍ ୟୁ ଡେୟାର ଡିଜାୟାର, ସିଦ୍ଧାର୍ଥ ଚୌହ୍ୱାନଙ୍କ ଅମର କଲୋନି, ମହେଶ ନାରାୟଣନଙ୍କ ଡିକ୍ଲାରେସନ, କମଲ କେଏମ୍‌ଙ୍କ ପାଦ, ପ୍ରକାଶ ଚନ୍ଦ୍ରାଙ୍କ ଚେସ୍ ନେ ଭେଟ୍‌, ଅଭିନନ୍ଦନ ବାନାର୍ଜୀଙ୍କ ମାନିକ୍ ବାବୁର ମେଘ, ଜୋଏ ବେବିଙ୍କ ଦି ଗ୍ରେଟ୍ ଇଣ୍ଡିଆନ କିଚେନ୍‌, ଗୌତମ ଆରଙ୍କ ଗରହି, ଗୁରବିନ୍ଦର ସିଂହଙ୍କ ଆଧ ଚନାନି ରାତ, ଅରୁଣ କାର୍ତିକଙ୍କ ନାସିର, ଅବଦୁଲ ମଜିଦ କେବିଙ୍କ ଆପନ୍‌, ରୋମି ମାଇତେଇଙ୍କ ଆୱାର ହୋମ୍ ଏବଂ ରିତେଶ ଶର୍ମାଙ୍କ ଝିନି ଭିନି ଚନ୍ଦରିୟା ପ୍ରଦର୍ଶିତ କରାଯିବ ।

ସେହିପରି, ଆଦିତ୍ୟ ବିକ୍ରମ ସେନଗୁପ୍ତାଙ୍କ ୱାନସ ଅପନ ଏ ଟାଇମ୍ ଇନ୍ କୋଲକାତା, ବାବୁ ଇଶ୍ୱର ପ୍ରସାଦଙ୍କ ହାରିଭା ନାଡିଗେ ମାଇୟେଲା କାଲୁ ଏବଂ ଏକତାରା କଲେକ୍ଟିଭ୍‌ସର ଏକ୍ ଜଗହ ଆପ୍‌ନିକୁ ପ୍ରଦର୍ଶିତ କରାଯିବ । ଆଇଏଫ୍‌ଏଫ୍‌ବି ପକ୍ଷରୁ ପ୍ରଥମ ଥର ପାଇଁ ସିନେମା ଲେଖା ଉପରେ ପ୍ରତିଯୋଗିତା ଆୟୋଜନ କରାଯିବ ଯାହାର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ସିନେମା ଦେଖିବାକୁ ଆମନ୍ତ୍ରଣ କରିବା ଏବଂ ସେମାନଙ୍କୁ ସିନେମା ସହିତ ଯୋଡ଼ି ଏହା ଜରିଆରେ ଭାବ ପରିପ୍ରକାଶ କରିବାକୁ ଉତ୍ସାହିତ କରିବା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

July 1, 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

July 1, 2026
୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

July 1, 2026
ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ

ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ

July 1, 2026

Recent News

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

July 1, 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

July 1, 2026
୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

July 1, 2026
ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ

ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ

July 1, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

July 1, 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

July 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version