ଜଣେ ଗାଡି ତଳେ ଚାପି ହୋଇ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ କଚାଡି ହୋଇଯାଇ ପ୍ରାଣ ହରାଇଥିଲେ । ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ପାତ୍ରପୁର ଡାକ୍ତରଖାନାରେ ମୋଟ ୧୮ ଜଣ ଆହତଙ୍କୁ ଭତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଗୁରୁତ୍ବର ଥିବା ଅନିତା ଶବର, ଇପ୍ସିତା ପାର୍ବତୀ ନାୟକ ଓ ବାବୁଲା ଶବରଙ୍କ ବ୍ରହ୍ମପୁର ବଡ ଡାକ୍ତରର ଖାନାକୁ ସ୍ଥାନାନ୍ତର କରାଯାଇଥିବା ପାତ୍ରପୁର ଡାରକ୍ତଖାନାର ଭାରପ୍ରାପ ଚିକିତ୍ସାଧିକାରୀ ସୁଚନା ଦେଇଥିଲେ । ଆହତଙ୍କ ମଧ୍ୟରେ ଜଣେ ଛଟ ପିଲା ରହିଛି । ଗୁରୁତର ନଥିବା ଆହତଙ୍କୁ ପାତ୍ରପୁର ମେଡିକଲରେ ଚିକିତ୍ସା ଚାଲିଛି ।
ଖବର ପାଇ ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା, ଖାରିଆଗୁଡା ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଶତପଥୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ଆହତମାନଙ୍କୁ ଦେଖିବା ପାଇଁ ପାତ୍ରପୁର ମେଡିକଲରେ ସମ୍ପର୍କୀୟଙ୍କ ପ୍ରବଳ ଭିଡ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରାଯାଇଛି । ଗାଡି ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଛି । ଚାଳକଙ୍କ ଭୂଲ ଚାଳନା ଯୋଗୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ଆଲୋଚନା ହେଉଛି । ପୁଲିସ ଦୁଇ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।

© 2023 Odisha Taza News.