ସେଥି ମଧ୍ୟରୁ ଡଙ୍କାଶିକୁଳା ଗ୍ରାମ ପାଖରେ ରାସ୍ତାର ପଥୁରିଆ ଘୋଡି ଅଂଶ ସବୁ କ୍ଷୟ ହେବା ଫଳରେ ଯାନ ବାହନର ଯିବା ଆସିବା ଅସୁବିଧା ଭୋଗୁ ଥିବାର ଦେଖା ଦେଇଛି । ଏହି ରାସ୍ତାରେ ଶହ ଶହ ତିନି ଚକିଆ,ଚିରି ଚକିଆ,ଦୁଇ ଚକିଆ ଯାନ ବାହନ ଚଳାଚଳ ହେଉଥିବା ବେଳେ ଲୋକେ ବହୁତ ଅସୁବିଧା ଭୋଗୁ ଥିବାର ଜଣାପଡୁଛି । ପ୍ରଧାନମନ୍ତ୍ରୀ ସଡକ ଯୋଜନା ଯେଉଁ ପାଞ୍ଚ ବର୍ଷକୁ ଥରେ ମରାମତି ହେଉଥିବା ବେଳେ ଆଜି ରାସ୍ତାର ପୂର୍ବାଅବସ୍ଥାକୁ କ୍ଷୟ କ୍ଷତି ହେବାର ସମ୍ଭାବନା ଦେଖା ଦେଇଛି ।
ଯେତିକି ଗାଡି ଗୋଡା ସୁବିଧାରେ ଲୋକେ ଯାତ୍ରା ପଥ ଯାଇଥିଲେ,ଏହି ମୂହୁର୍ତ୍ତରେ ସେହି ଭଳି ପରିସ୍ଥିତି ଯୋଗୁଁ ଯାହନ ବାହନ ଯାଇ ନ ପାରିବାରୁ ଚଲା ପଥରେ ଲୋକେ ଜିନିଷ,ପତ୍ର ନେବା ଆଣିବା କରୁଛନ୍ତି । ସେଥି ସକାଶେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ନିର୍ମାଣ ଯାହା ଅସଂପୂର୍ଣ୍ଣ ରହିଛି ତାହା ଶୀଘ୍ର ରାସ୍ତା ମରାମତି କରାଇବା ନେଇ ପ୍ରଶାସନକୁ ଗ୍ରାମବାସୀ ଚେତାବନୀ କରୁଛନ୍ତି ।

© 2023 Odisha Taza News.