ଜାନୁଆରୀ ୧୯,ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ରାମନାଗୁଡା ବ୍ଲକ୍ :- ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ତାମିଲିଗୁଡା ଗ୍ରାମଠାରେ ଏକ ସଭା ଓ ସମାବେଶ କରାଯାଇଥିଲା । ଉକ୍ତ ସଭାରେ ସିପିଆଇ(ଏମ୍ ଏଲ୍)ଲିବରେସନ୍ ତରଫରୁ ତାରିଖ 15 ଠାରୁ 20 ଫେବୃୟାରୀ 2023 ମସିହା ପର୍ଯ୍ୟନ୍ତ ସର୍ବ ଭାରତୀୟ ସମ୍ମିଳନୀ ବିହାରର ରାଜଧାନୀ ପାଟନା ଠାରେ ଅନୁଷ୍ଠିତ ହେବ ।ସେଥି ସକାଶେ ଗ୍ରାମର ସମସ୍ତଙ୍କ ସହ କିଛି ଆଲୋଚନା କରାଯିବା ଫଳରେ, ଏହାକୁ ସଫଳ କରିବା ନେଇ ନିଷ୍ପତ୍ତି କରାଯାଇଥିଲା । ଏହି ସମାବେଶରେ ବହୁତ ସଂଖ୍ଯକ ଲୋକେ ଯୋଗଦାନ କରୁଥିଲେ । ଏଥିରେ ଦାସୁରୁ ପାତିକା, ମଜେସ ଶବର,ଗୁରୁଣ୍ଡୁ ପାତିକା, ହରିସ୍ ଚନ୍ଦ୍ର ନିମାଲା,ରମେଶ ପାତିକା,ଜିଲ୍ଲା ସମ୍ଫାଦକ ଶ୍ରୀ-ତ୍ରୀପତି ଗମାଙ୍ଗ ଉପସ୍ଥିତ ଥିଲେ ।