୧୭ ଜାନୁଆରୀ ମଙ୍ଗଳବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟ ଗ୍ରାମର ସୁବାସିନୀ ପାତ୍ର ଘରେ ରୋଷେଇ କରୁଥିବା ସମୟରେ ଅକସ୍ମାତ ଦେହରେ ନିଆଁ ଲାଗିଯିବାରୁ ଗୁରୁତର ଆହତ ହୋଇଥିଲେ । ସେ ଚିକିଚ୍ଛା ଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବାରୁ ଇଂଡେନ ଗ୍ୟାସ କର୍ତ୍ତୃପକ୍ଷ ନିୟମ ମୁତାବକ ମୃତ୍ୟୁ ବରଣ କରିଥିବା ପରିବାର ଏବଂ ତାଙ୍କ ଉତରାଧିକାରୀଙ୍କୁ ଆଜି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ଠାରେ କ୍ଷତିପୂରଣ ବାବଦକୁ ଛଅ ଲକ୍ଷ ବାଇଶି ହଜାର ଟଙ୍କା ପ୍ରଦାନ କରିଛନ୍ତି । କ୍ଷତି ପୂରଣ ପ୍ରଦାନ ସମୟରେ ମୋହନା ଅଞ୍ଚଳର ଇଂଡେନ ଗ୍ୟାସ ଅଧିକୃତ ବିକ୍ରେତା ବିଷ୍ଣୁପ୍ରିୟା ଇଂଡେନ ଗ୍ୟାସ ମାଲିକ ବିଷ୍ଣୁପ୍ରିୟା ସାହୁ ଙ୍କ ସମେତ ପରିଚାଳକ ମନୋଜ କୁମାର ସାହୁ ଙ୍କ ସମେତ ମୃତ୍ୟୁ ବରଣ କରିଥିବା ପରିବାର ର ମୁଖ୍ୟ ସ୍ୱାମୀ ଅମର ପାତ୍ର, ଦୁଇ ପୁଅ ଏବଂ ମୃତକଙ୍କ ପିତା ଉପସ୍ଥିତ ରହି କ୍ଷତିପୂରଣ ରାଶି ଗ୍ରହଣ କରିଥିଲେ ।ସ୍ଵାମୀ ଶ୍ରୀ ଅମର ପାତ୍ର । ଅର୍ଧେନ୍ଦୁ ପାତ୍ର ପୁଅ ବୟସ ୮ ବର୍ଷ ଆରସ କୁମାର ପାତ୍ର ବୟସ ୪ ବର୍ଷ ବନମାଳି ବର।ଡ ମୃତ ମହିଳା ଙ୍କ ପିତା ଉପସ୍ଥିତି ରେ ଦେବଦତ୍ତ ରାଉତରାୟ ଡି ଜି ଏମ ଇଣ୍ଡିଆନ ଅଏଲ ଭୁବନେଶ୍ୱର ମୃତକଙ୍କ ପରିବାରକୁ କ୍ଷତିପୂରଣ ଅର୍ଥ ଛ ଲକ୍ଷ ବାଇଶି ହଜାର ଟଙ୍କା ଚେକ୍ ପ୍ରଦାନ କରିଛନ୍ତି ମୋହନା ବିଷ୍ଣୁପ୍ରିୟା ଏଣ୍ଡେନ୍ ଗ୍ରାମୀଣ ବିତ୍ରକ୍ ମାଲିକ ମନୋଜ କୁମାର ସାହୁ ଉପସ୍ଥିତ ଥିଲେ ଗ୍ୟାସ ଖାଉଟି ଙ୍କ ଖାତା ନ 7092839668 ରହିଥିବା ବେଳେ ଘଟଣାଟି ୧୬ -୪ -୨୦ ରେ ଘଟିଥିବା ସୂଚନାରୁ ଜଣାପଡିଛି । ଏହି କ୍ଷତି ପୂରଣ ପ୍ରଦାନ ସମୟରେ ବିଭାଗୀୟ କର୍ମଚାରୀ ଗ୍ୟାସ ବ୍ୟବହାର ସମୟରେ ଉପସ୍ଥିତି ବୁଦ୍ଧି ରେ ରୋଷେଇ କରିବା ସମୟରେ ସଚେତନ ରହିବା ନିମନ୍ତେ ଉପଦେଶ ଦେବାସହ ଜୀବନ ବହୁ ମୂଲ୍ୟବାନ ବୋଲି ପ୍ରକାଶ କରିଥିଲେ ।