<h4><strong><span style="color: #ff0000;">୧୩ ଜାନୁଆରୀ ଶୁକ୍ରବାର୨୦୨୩ ( ଓଡ଼ିଶା ତାଜାନ୍ୟୁଜ )ଆର. ଉଦୟଗିରି :- </span>ଡାକ୍ତରଖାନାରୁ ବାୟୋମ୍ୟାଟ୍ରିକ୍ ମେସିନ୍ ଚୋରି । ଥାନାରେ ଅଭିଯୋଗ ଜଣାଇଲେ ମେଡ଼ିକାଲ୍ ଇନଚାର୍ଜ୍ । ଏଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ଗଜପତି ଜ଼ିଲ୍ଲା ମୋହନାରେ । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଗିଥିବା ବାୟୋ ମ୍ୟାଟ୍ରିକ୍ ମେସିନ୍ ଚୋରି ହୋଇଥିବା ଏନେଇ ଲିଖିତ ଅଭିଯୋଗ କରିଛନ୍ତି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ନମିତା ପଣ୍ଡା l ସୂଚନା ପ୍ରକାରେ ଗୁରୁବାର ରାତି 10.30 ରେ ଡାକ୍ତର ଆଶୁତୋଷ ଦାସ ବାୟୋ ମ୍ୟାଟ୍ରିକ୍ ରେ ଉପସ୍ଥାପନା ପକାଇଥିଲେ । କିନ୍ତୁ ତାପରେ ଡାକ୍ତର ଜୟ ପଣ୍ଡା ଉପସ୍ଥାପନା ପକାଇବା ପାଇଁ ବକ୍ସ ଖୋଲିବା ବେଳେ ମେସିନ୍ ଟି ନଥିବା ଦେଖିଥିଲେ ।</strong><img class="alignnone wp-image-96182" src="https://odishatazanews.com/wp-content/uploads/2023/01/gajapati-2-1-300x169.jpg" alt="" width="666" height="375" /><strong>ଏନେଇ ସେ ସଙ୍ଗେ ସଙ୍ଗେ ଭାରପ୍ରାପ୍ତ ଅଧିକାରୀଙ୍କୁ ଜଣାଇଥିଲେ l ତେଣୁ ଶୁକ୍ରବାର ଏନେଇ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମୋହନା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି l ସୂଚନା ଯୋଗ୍ୟ ଏହି ଡାକ୍ତରଖାନାର କିଛି ଡାକ୍ତର ଓ କିଛି କର୍ମଚାରୀ ମନମାନି କାର୍ଯ୍ୟ ଯୋଗୁଁ ଏଠାରେ ବାୟୋ ମ୍ୟାଟ୍ରିକ୍ ବ୍ୟବସ୍ଥା ଲାଗୁକରାଯାଇଥିଲା l ତେବେ ଷ୍ଟାଫ ନର୍ସ ରୁମ୍ ରେ ଏହି ମେସିନ ଲଗାଯାଇଥିବା ବେଳେ ମେସିନ୍ ଚୋରିକଲା କିଏ ଏବଂ କାହିଁକି କଲା ? ତାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି l</strong><img class="alignnone wp-image-90712" src="https://odishatazanews.com/wp-content/uploads/2022/11/odisha-tazanewsr.udayagirigajapati.pptx3_-300x72.jpg" alt="" width="663" height="159" /> <img class="alignnone wp-image-88991" src="https://odishatazanews.com/wp-content/uploads/2022/11/ranpur-55-300x111.jpg" alt="" width="678" height="251" /></h4>