ଜବାବରେ ଶିକ୍ଷକ ଇଲେଭେନ ୮ ଓଭରରେ ମ୍ୟାଚ୍ ଟି ଜିତି ନେଇଥିଲେ । ଫାଇନାଲ ମ୍ୟାଚ୍ ରେ ଶିକ୍ଷକ ଇଲେଭେନ୍ ୧୦ ଓଭରରେ ୧୫୩ ରନ୍ କରିଥିବା ବେଳେ ପ୍ରଶାସନ ଟିମ୍ ୬୬ ରନ୍ କରି ମ୍ୟାଚ୍ ପରାଜୟ ହୋଇଥିଲେ । ଫଳରେ ଶିକ୍ଷକ ଇଲେଭେନ ମ୍ୟାଚ୍ ଟିକୁ ଜିତି ନେଇଥିଲେ।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ନୀତି ନିୟମ ପାଳନ ପୂର୍ବକ ବନ୍ଧୁତ୍ବପୂର୍ଣ୍ଣ ଭାବେ ମ୍ୟାଚ୍ ଖେଳିବା ପାଇଁ ସମସ୍ତ ଦଳକୁ ପରାମର୍ଶ ଦେଇଥିଲେ ।
ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ବିଡ଼ିଓ ପ୍ରମୋଦ କୁମାର ନାୟକ ,ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର ଯୋଗଦେଇଥିଲେ । ଶିକ୍ଷକ ଇଲେଭେନ୍ ଚୟନ କର୍ତ୍ତା ଥିଲେ ସି ଆର୍ ସି ସି ନରେନ୍ଦ୍ର କୁମାର ବେହେରା,କୈଳାସ ଚନ୍ଦ୍ର ନାୟକ ଏବଂ ସହକାରୀ ଶିକ୍ଷକ ଲକ୍ଷ୍ମୀଧର ବେହେରା । ବିଡ଼ିଓ ପ୍ରମୋଦ କୁମାର ନାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ହକି ବିଶ୍ଵକପ କୁ ଉତ୍ସାହିତ କରିବା ପାଇଁ ନୂଆଗାଁ ବ୍ଲକ୍ ରେ ଏଭଳି ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବାରୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି ।

© 2023 Odisha Taza News.