୧୦ ଜାନୁଆରୀ ମଙ୍ଗଳବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ରାୟଗଡା :- ରାୟଗଡା ଜିଲ୍ଲା ଗୁଣପୁର ବ୍ଳକ୍ ନୂଆ ବସ୍ତୁ ଷ୍ଟାଣ୍ଡ ଇଡାଇ-ଇଡିତାଲ୍ ଚଇତି ମଣ୍ଡପ ଆନୁକୂଲ୍ୟରେ ଚଇତି ଶୁଭାରମ୍ଭ ଶୋଭାଯାତ୍ରା କରାଯାଇଛି । ସକାଳ 8 ଘଣ୍ଟିକା ସମୟ ଠାରୁ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଧିରରୁ ବାହାରି ସହର ପରିଭ୍ରମଣ କରିବା ପରେ ସମସ୍ତେ ଜନସାଧାରଣଙ୍କ ସମେତ ଚଇତି ମଣ୍ଡପ ପର୍ଯ୍ୟନ୍ତ ଗୀତ,ନାଚ, ବାଦ୍ୟଯନ୍ତ୍ର ସହ ଆଜିର ପଦ ଯାତ୍ରାରେ ଆନନ୍ଦର ସହ ଶୁଭାରମ୍ଭ କରାଗଲା ।
ପଦ୍ମପୁର ବ୍ଳକ୍,ଗୁଣପୁର ବ୍ଳକ୍ ସହ କର୍ମଚାରୀ, ତହସିଲଦାର,ତାହା ସହିତ ସ୍କୁଲ୍, କଲେଜ,ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇଥିଲେ । ପ୍ରତ୍ୟେକ ବ୍ଲକ୍ କର୍ମଚାରୀ,ବ୍ଲକ୍ ଚ୍ୟାର୍ ମେନ୍,ସରପଞ୍ଚ,ଜିଲ୍ଲା ପରିଷଦ,ବିଦାୟକ-ରଘୁନାଥ ଗମାଙ୍ଗ,
ଜଗନ୍ନାଥ ସାରକା,ଅସ୍ପିନ ଗମାଙ୍ଗ,ଅକ୍ଷୟ ଦାସ୍,ଉପ-ଜିଲ୍ଲା ପାଳ-ଶ୍ରୀଯୁକ୍ତ -ଲଳିତ କୁମାର କହଁର,ଜିଲ୍ଲା ପାଳ-ଶ୍ରୀମତୀ-ସଦାଦେବୀ ସିଙ୍ଗ୍ ପ୍ରମୁଖ ଥାଇ ଆଜିର ଇଡାଇ-ଇଡିତାଲ୍ ଚଇତି ଶୁଭାରମ୍ଭ ଶୋଭା ଯାତ୍ରା କରାଯାଇଛି ।

© 2023 Odisha Taza News.