No Result
View All Result
୮ ଜାନୁଆରୀ ରବିବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ମହୋତ୍ସବ ପଡ଼ିଆ ରେ ଆସନ୍ତା ଫେବୃଆରୀ ମାସ ୨ ତାରିଖ ରେ ଅନୁଷ୍ଠିତ ହେବ ପଞ୍ଚୁପାଣ୍ଡବ ମହୋତ୍ସବ । ପଞ୍ଚୁପାଣ୍ଡବ ମହୋତ୍ସବ କୁ ସଫଳତାର ସହ କିପରି ଆୟୋଜନ କରାଯିବ ସେଥିପାଇଁ ଦଶପଲ୍ଲା ବିଧାୟକ ତଥା ମହୋତ୍ସବ କମିଟି ର ସଭାପତି ରମେଶ ଚନ୍ଦ୍ର ବେହେରା ମହୋତ୍ସବ ର ବିଭିନ୍ନ କାର୍ଯ୍ୟକ୍ରମ ର ସମୀକ୍ଷା କରିଛନ୍ତି ।
ତତ୍ ସହିତ ମହୋତ୍ସବ ପଡ଼ିଆ ପରିଦର୍ଶନ କରିଛନ୍ତି । ଦଶପଲ୍ଲା ବିଧାୟକ ଙ୍କ ସମୀକ୍ଷା ଏବଂ ପରିଦର୍ଶନ ସମୟରେ ମହୋତ୍ସବ କମିଟିର ସଦସ୍ୟ ଉପସ୍ଥିତ ଥିଲେ । ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁ ନୂଆଗାଁ ବ୍ଲକ୍ ମହୋତ୍ସବ ପଡ଼ିଆ ରେ ଏଭଳି ଏକ ଉନ୍ନତ ମାନର ପଞ୍ଚୁପାଣ୍ଡବ ମହୋତ୍ସବ ହେଉଥିବାରୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି ।

No Result
View All Result