ଘରେ ଘରେ ପୁଷ୍ଟି ପ୍ରୟାସ କାର୍ଯ୍ୟକ୍ରମ ଶୁଭାରମ୍ଭ

୮ ଜାନୁଆରୀ ରବିବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଠାରେ ଆଜି ଘରେ ଘରେ ପୁଷ୍ଟି ପ୍ରୟାସ କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ପକ୍ଷରୁ ଶୁଭାରମ୍ଭ ହୋଇଯାଇଛି l ରାଜ୍ୟ ସରକାରଙ୍କ ନ୍ୟୁଟ୍ରେଶନ ଆଟ ଡୋରଷ୍ଟେପ ଘରେ ଘରେ ପୃଷ୍ଟି ପ୍ରଥମେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ପାପରମେଟଲା ଗ୍ରାମ ପଂଚାୟତ ଯନ୍ତାପାଇ ଗ୍ରାମରେ ଶୁଭାରମ୍ଭ କରାଯାଇଛି। ଏହାକୁ ଶୁଭାରମ୍ଭ କରିଛନ୍ତି କୃଷି, ମସ୍ୟ ଓ ପଶୁ ସଂପଦ ମାନ୍ୟବର ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ l ଏହି ଯନ୍ତାପାଇ ଠାରେ ମାଣ୍ଡିଆ ମଣ୍ଡି ଶୁଭାରମ୍ଭ ମଧ୍ୟ କରାଯାଇଛି। ତା ସହିତ ପୁଷ୍ଟି କର ଖାଦ୍ୟ ଯୋଗାଉ ଥିବା ଶସ୍ୟ,ପନିପରିବା ଗଛ ସ୍ୱାଭିମାନ ଅଞ୍ଚଳ ବାସୀଙ୍କୁ ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ସାଂସଦ ନବରଙ୍ଗପୁର ଶ୍ରୀ ରମେଶ ଚନ୍ଦ୍ର ମାଝୀ,ପ୍ରିନ୍ସପାଲ ସେକ୍ରେଟାରୀ ଅରବିନ୍ଦ ପାଢ଼ୀ,କୃଷି ବିଭାଗୀୟ ନିର୍ଦ୍ଦେଶ ପ୍ରେମଚନ୍ଦ ଚୌଧୁରୀ,ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ ଲେଙ୍କା,ଚିତ୍ରକୋଣ୍ଡା ମାନ୍ୟବର ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବାକା, ସ୍ୱତନ୍ତ୍ର ଉନୟନ୍ନ ବିକାଶ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା, ଜିଲ୍ଲାପାଳ ବିଶାଲ ସିଂ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲ,ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ଶ୍ରୀ ରାଜେଶ୍ୱରୀ ଖିଲ ସମ୍ମାନିତ ଅତିଥିଭାବେ ଉପସ୍ଥିତ ଥିବା ବେଳେ ଅନ୍ୟତମ ଅତିଥି ଭାବେ ପୌରଅଧ୍ୟକ୍ଷ ମନୋଜ ବାରିକ ଉପସ୍ଥିତ ଥିଲେ।

ପୁଷ୍ଟି ହୀନତା ଦୂର କରିବା ଲାଗି ଘରେ ଘରେ ପୃଷ୍ଟି ପ୍ରୟାସ ଆରମ୍ଭ କରାଯାଇଛି। ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ମହିଳା ଓ ଗର୍ଭବତୀ ମହିଳାମାନଙ୍କୁ ଆଖି ଆଗରେ ରଖି ସ୍ୱାଭିମାନ ଅଞ୍ଚଳରେ ପୁଷ୍ଟିହୀନତା ଦୂର କରିହେବ ବୋଲି ଲକ୍ଷ୍ୟ ରହିଛି । ମନ୍ତ୍ରୀଙ୍କ ଗ୍ରସ୍ତ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଭିମାନ ଅଞ୍ଚଳ ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ୩୦ ଗୋଟି ଘୋଡ଼ାଙ୍କୁ ନେଇ ଘୋଡ଼ା ଚାଲାକ ସମେତ ଘୋଡ଼ା ଦୌଡ଼ ପ୍ରତିଯୋଗିତା କରାଯାଇଥିଲା ଯାହାକି ଆଜିର ଆକର୍ଷଣ ହୋଇଥିଲା । ଏଥିରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ରତ୍ନାକର ସାହୁ, ପିଏ ଆଈ ଟି ଡି ଏ ତ୍ରିନାଥ ମାଝୀ ଏବଂ ବିଭାଗ୍ୟ କତୃପକ୍ଷ୍ୟ ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ପୌରପରିଷଦର କଉଁସିଲାର ବୃନ୍ଦ ଓ ବୋହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ହୋଇଥିଲେ l