No Result
View All Result
୧୩ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାପୁଟ :-> ସ୍ବାଧୀନତାର ୭୫ ବର୍ଷ ଅତିକ୍ରାନ୍ତ ହେଲାଣି । ବଦଳି ଗଲାଣି ବହୁତ କିଛି , ହେଲେ ଏମିତି ଗାଁ ଅଛି ସେମାନଙ୍କୁ ଭୋଟ ଦେବାକୁ ଯିବାକୁ ହୁଏ ୧୨ କିଲୋମିଟରରୁ ଊର୍ଦ୍ଧ୍ବ ଦୂର । ଏହି ଭଳି ଗାଁ ହେଉଛି କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ସଦର ପଞ୍ଚାୟତରେ ଥିବା ଆଦିବାସୀ ଅଧ୍ୟୁଷିତ ମୁର୍ଲାପୁଟ ଓ କେର୍ମିଟି । ଥରେ ନୁହେଁ କି ଦୁଇ ଥର ନୁହେଁ ଯେତେ ଥର ଭୋଟ ହେଉଛି ଏମାନେ ଲକ୍ଷ୍ମୀପୁରକୁ ୧୨ କିଲୋମିଟରରୁ ଊର୍ଦ୍ଧ୍ବ ବାଟ ଆସୁଛି ମତଦାନ କରିବା ପାଇଁ । ଆଗରୁ ଏମାନେ ଦୁର୍ଗମ ଗାଁ ରୁ ଚାଲି ଚାଲି ଆସି ଭୋଟ ଦେଉଥିବା ବର୍ତ୍ତମାନ ଗାଡ଼ି ଭଡ଼ା କରି ଆସୁଛନ୍ତି ।
ଅବଶ୍ୟ କୌଣସି ନା କୌଣସି ଦଳର କର୍ମୀ ମାନେ ଏହି ଗାଡ଼ିର ବ୍ଯବସ୍ଥା କରୁଛନ୍ତି । କିନ୍ତୁ ଏତିକି ବାଟ ନ ଆସିଲେ ଏମାନେ ଭୋଟ ଦେଇପାରିବେ ନାହିଁ । ସ୍ବାଧୀନତାର ୭୫ ବର୍ଷ ଅତିବାହିତ ହୋଇ ବହୁତ କିଛି ପରିବର୍ତ୍ତନ ହୋଇଥିଲେ ମଧ୍ଯ ଏମାନଙ୍କର କିନ୍ତୁ ମତଦାନ କରିବା ପାଇଁ ଏତେ ପଥଶ୍ରମ କରି ଆସୁଛନ୍ତି କେବଳ ମତଦାନ ନୁହେଁ ମାଗଣା ଚାଉଳ ନେବାକୁ ମଧ୍ୟ ଏମାନେ ଏଠାକୁ ଆସିଥାନ୍ତି । ସେହିପରି ବୁର୍ଜା ପଞ୍ଚାୟତର ମାତ୍ଲାମ୍ବା ଗା ଗାଁ ର ଆଦିବାସୀ ମାନେ ପ୍ରାୟ ୧୩ କିଲୋମିଟର ଦୂର ବୁର୍ଜା ଆଶ୍ରମ ବିଦ୍ୟାଳୟରେ ହେଉଥିବା ବୁଥ୍ କୁ ଆସି ମତଦାନ କରନ୍ତି ।
No Result
View All Result