No Result
View All Result
୧୩ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାପୁଟ :-> ନିର୍ବାଚନ ପୁର୍ବରୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ବିଜେପି ମଧ୍ୟରେ ତୁତୁ ମେମେ ପରିସ୍ଥିତି ସୃଷ୍ଟି ହୋଇଛି । ବିଜେଡିର ଏକ ପ୍ରଚାର ଗାଡିରେ ୨୫ ଲକ୍ଷ ଟଙ୍କା ବଣ୍ଟା ହେବା କୁ ଯାଉଥିବା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଭାଲୁଜୋଡି ଠାରେ ଲୋକମାନେ ତାହାକୁ ଛଡାଇ ନେଇଥିବା କହନ୍ତି ବିଜେପି ବିଧାୟକ ପ୍ରାର୍ଥୀ କୈଳାସ ଚନ୍ଦ୍ର କୁଲେସିକା । ଏହାର ଯବାବରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଉକ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ସେହିପରି ଶ୍ରୀ କୁଲେସିକା ସୀମା ଟପି ବିଜେଡି ପ୍ରାର୍ଥୀ ଙ୍କୁ ଆକ୍ଷେପ କରୁଥିବା ବିଜେଡ଼ିର ନିର୍ବାଚନ ମଣ୍ଡଳୀ ପର୍ଯ୍ଯବେକ୍ଷକ ଗୋପାଳ ମହାନନ୍ଦିଆ ସ୍ଥାନୀୟ ଏକ ଘରୋଇ କଲ୍ଯାଣ ମଣ୍ଡପରେ ଏକ ପ୍ରେସ୍ ମିଟ୍ ରେ ଅଭିଯୋଗ କରିଛନ୍ତି । ପୋଡାଗଡ ହାଟରେ ବୁଧବାର ଏକ ନିର୍ବାଚନୀ ସଭାରେ ଶ୍ରୀ କୁଲେସିକା ଆରୋପ କରି କହିଥିଲେ କି ବିଜେଡି ପାଇଁ ୨୫ ଲକ୍ଷ ଟଙ୍କା ଆସୁଥିବା ବେଳେ ଲୋକେ ତାହାକୁ ଛଡାଇ ନେଇଛନ୍ତି ବୋଲି , ଯାହା ସମ୍ପୁର୍ଣ୍ଣ ମିଥ୍ଯା ଟଙ୍କା ବିଜେଡି ପାଇଁ ଆସୁ ନଥିଲା ବୋଲି ଶ୍ରୀ ମହାନନ୍ଦିଆ କହିଛନ୍ତି । ସେହିପରି କୁଲେସିକା ବର୍ତ୍ତମାନ ଯେଉଁ ଖଣି କୁ ବିରୋଧ କରୁଛନ୍ତି ସେଥିରୁ ସେ ହିଁ ଅଧିକ ଲାଭବାନ୍ ହୋଇଛନ୍ତି ବୋଲି କହିଛନ୍ତି ଶ୍ରୀ ମହାନନ୍ଦିଆ କହିଛ .
No Result
View All Result