୧୩ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ନିମାପଡ଼ା ରେ ପ୍ରାୟ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିସାରିଥିବା ବେଳେ । ଆଜି ହେଉଛି ନିମାପଡ଼ା ନିର୍ବାଚନ ମଣ୍ଡଳୀର ତୃତୀୟ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲ କରିବାର ଦିନ। ନିମାପଡ଼ା ରେ ଆଗରୁ ଜଣା ଶୁଣା ଭାବେ ପରିଚିତି ଚେହେରା ଯିଏକି ଅଧ୍ୟକ୍ଷା ଭାବରେ ଜଣାଶୁଣା । ସେ ଆଗରୁ ସମାଜସେବୀ ରୋଜାଲିନ୍ ଭାବରେ ପରିଚିତ । ହେଲେ ସେ ବିଜେଡ଼ି ଟିକେଟ ଲବିରେ କିଛିଦିନ ହେବ ଥିଲେ ।

ଶଙ୍ଖଭବନ ରେ ବି ନିଜର ସମର୍ଥକଙ୍କୁ ନେଇ ଟିକେଟ ପାଇବା ଆଶାରେ ଥିଲେ ହେଲେ ସେ ବିଜେଡ଼ି ଟିକେଟ ପାଇଲେ ନାହିଁ । ତେଣୁ ତଙ୍କ ପ୍ରତି ପ୍ରତ୍ୟେକ ମା ମାଉସୀ ଓ ଭାଇଭଉଣୀ ମାନଙ୍କର ସମର୍ଥନ ଦେଖି ଓ ତ ଙ୍କ ପ୍ରତି ଭଲପାଇବାକୁ ନଜରରଖି ସେହି ମା ମାଉସୀ ମାନଙ୍କ ପାଇଁ କିଛି କରିବା ପାଇଁ ସେ ଆଜି ସ୍ଵାଧିନ ପ୍ରାର୍ଥୀନୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତ ।

ନିମାପଡ଼ା, ଶୋଭାଯାତ୍ରାରେ ବାହାରି ଶହ ଶହ ସଂଖ୍ୟାରେ କର୍ମୀମାନଙ୍କ ସହିତ ନିମାପଡ଼ା ଗୋପ ଓ ପୁରୀ କଚେରୀ ଛକ ଦେଇ ସିଧା ପହଞ୍ଚି ଥିଲେ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍ ରେ ସେଠାରେ ସେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସାଧାରଣ ନିର୍ବାଚନ ରେ ସେ ଯଦି ବିଜୟୀ ହୁଅନ୍ତି ତେବେ ସେ ପ୍ରଥମେ ମହିଳା ଓ କୃଷି ଡ୍ରେଣେଡ ର ଭିତ୍ତିଭୂମି ପ୍ରତି ପଦକ୍ଷେପ ନେବେ ।














