ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ଉଦଘାଟନ ହୋଇଛି ଦୁଇଟି ମୋଟର ବାଇକ ଆମ୍ବୁଲାନ୍ସ

୫ ଜାନୁଆରୀ ଗୁରୁବାର୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :- ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ଉତ୍ତମ ମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ସଦାସର୍ବଦା ପ୍ରଶାସନ ତରଫରୁ ସବୁବେଳେ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନିଆଯାଇଛି । ଆଜି ଏହି ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲୁ, ଡିଡିଏମ ନାବାର୍ଡ, ସଚିନ, ପରିବର୍ତ୍ତନଙ୍କ ଉପସ୍ଥିତିରେ ଦୁଇଟି ମୋଟର ବାଇକ ଆମ୍ବୁଲାନ୍ସ ଉଦଘାଟନ କରାଯାଇଛି ।

ଏହା ନାବାର୍ଡର ଆରଆଇପିଏଫ ସହାୟତାରେ ଏବଂ ପରିବର୍ତ୍ତନ ସଂସ୍ଥା ଦ୍ବାରା କାର୍ଯ୍ୟକାରୀ ହୋଇଛି । ସ୍ବାସ୍ଥ୍ୟ ବିଭାଗ ତଥା ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ଏହି ପ୍ରକଳ୍ପ ଚାଲିବ‌ । ଆମ୍ବୁଲାନ୍ସ ଗୁଡିକ ସ୍ବାଭିମାନ ଅଞ୍ଚଳର ରାଲେଗଡା,ପଡପଡା,ଦୂଲିପୁଟ, ପେପରମେଟଲା, ନାକାମାମୁଡି, ଜନ୍ତ୍ରି ଏବଂ ଆଣ୍ଡ୍ରାପାଲି ଗ୍ରାମ ପଞ୍ଚାୟତ ପାଇଁ ସେବା ଯୋଗାଇ ଦେବ ।