୪ ଜାନୁଆରୀ ବୁଧବାର୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ମୋହନା କୃଷ୍ଣ ଚନ୍ଦ୍ର ମୁକ, ବଧିର ମୋହନା ଠାରେ ୨୧୫ତମ ବିଶ୍ବ ବ୍ରେଲ୍ଲୀ ଦିବସ ବୁଧବାର ପାଳନ କରାଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ମଧୁସୁଦନ ପାଢୀ, ମୁଖ୍ୟ ବକ୍ତା ପ୍ରଶାନ୍ତ ବୀର, ସମ୍ମାନୀୟ ଅତିଥୀ ସୁରେନ୍ଦ ଜେନା ଓ ଅନାନ୍ୟମାନ୍ୟ ଗଣ୍ୟ ବକ୍ତିମାନେ ଉପସ୍ଥିତ ଥିଲେ । ଉତ୍ସବର ସଭାପତୀ ଦଣ୍ଡାସୀ ସାହୁ ଉତ୍ସବକୁ ସୁନ୍ଧର ଭାବରେ ପରିଚାଳନା କରୀଥିଲେ । ଉତ୍ସବର ପ୍ରାରମ୍ଭରେ ଅତୀଥି ମାନଙ୍କୁ ପୁସ୍ପମାଲ୍ୟ ଅର୍ପଣ କରାଯାଇ ଆସନ ଅଳକୁତ କରିବା ପାଇଁ ଅନୁରୋଧ କରାଯାଇଥିଲା ।
ଏହାପରେ ବିଭୁ ବନ୍ଧନା ସହ ପ୍ରଦୀପ ପଜ୍ଜଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସମ୍ମାନୀୟ ଅତିଥି ମାନେ ସେମାନଙ୍କର ନିଜ ନିଜ ଭାଷଣରେ ବିଶ୍ବ ବ୍ରେଲ୍ଲୀ ଦିବସ ପାଳନ ସମ୍ପର୍କରେ ପିଲାମାନଙ୍କୁ ସୁନ୍ଧର ଭାବେ ବୁଝାଇ ଥିଲେ । ମୁଖ୍ୟ ବକ୍ତା ପ୍ରସାନ୍ତ ବୀର ବିଶ୍ବ ବ୍ରେଲ୍ଲୀ ଦିବସ ଉପଲକ୍ଷେ ସ୍ବାଗତ ଲୁଇସ୍ ବ୍ରେନ୍ ଦୁଷ୍ଟିହିନ ଶିକ୍ଷାଥୀ ମାନଙ୍କ ପାଇଁ ବ୍ରେଲ୍ଲୀ ଅକ୍ଷର ଗୁଡିକୁ ପ୍ରଚଳନ କରିଥିଲେ ବା ଏକା ଧାରରେ ଏହାର ଜନକଥିଲେ । ମୁଖ୍ୟ ଅତୀଥି ଶ୍ରୀ ପାଢୀ ବିଶ୍ବ ବ୍ରେଲ୍ଲୀ ଦିବସ ଉପରେ ମତାମତା ଦେବାକୁ ଯାଇ ଦୁଷ୍ଟିହିନ ଶିକ୍ଷାଥୀ ମାନେ ଶିକ୍ଷାଲାଭ କରିବା ପରେ ସମାଜର ମୁଖ୍ୟ ସ୍ରୋତରେ ସାମିଲି ହୋଇ ମାତୃଭୁମିର ସେବା କାର୍ଯ୍ୟରେ ସାମିଲ୍ ହୋଇ
ଉର୍ଚ ପ୍ରସଂସାର ପିୟପାତ୍ର ହୋଇଛନ୍ତି ଏହାର ଅନେକ ଉଦାହରଣ ରୁ ସମାଜରେ ଦେଖିବାକୁ ମିଳୁଛି ତେଣୁ ଦୃଷ୍ଟିହୀନ ଶିକ୍ଷତ ଯୁବକ ମାନେ ଦେଶର ଉନ୍ନତୀ ପଥରେ ଅଗ୍ରସର ହୁଅନ୍ତା ଅନେକ ଶିକ୍ଷକ ପ୍ରଶାସକ ସରକାରୀ କର୍ମଚାରୀ ରୂପେ ନିୟୋଜିତ ହୋଇ ରହିଛନ୍ତି ସର୍ବଶେଷରେ ସମ୍ମାନୀୟ ଅତିଥି ସୁବାସ ଚନ୍ଦ୍ର ମଲ୍ଲୀକ ଦୁଷ୍ଟିହୀନ ଶିକ୍ଷକ ନିଜର ଜୀବନରେ ଲିଭୋଇଥିବା ଘଟଣା ଗୁଡିକ ବଣ୍ଣନା କରି ବୁଝାଇଥିଲେ । ଶେଷରେ ଉତ୍ସବର ସଭାପତି ଶ୍ରୀ ସାହୁବାବୁ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଜଣାଇ ସଭାଭାଙ୍ଗ କରିଥିଲେ ।

© 2023 Odisha Taza News.