ବୋଲଗଡ଼ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମବାୟ ବିଭାଗ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ଏବଂ ବୋଲଗଡ଼ କୃଷି ସେବା ସମବାୟ ସମିତି ସଭାପତି ସୌରାଂଶୁ ପରିଡାଙ୍କ ଆବାହକତ୍ୱରେ ବୋଲଗଡ ମିଶନ ଶକ୍ତି ଭବନ କାର୍ଯ୍ୟାଳୟ ଠାରେ ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ ପାଳିତ ହୋଇଯାଇଛି !
ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବୟନ ନିରୀକ୍ଷକ ମମତା ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବୋଲଗଡ଼ ବିଡ଼ିଓ ସୁମନ ସୁଧା କୁଣ୍ଡୁ, ମୁଖ୍ୟ ବକ୍ତାଭାବେ ବ୍ଲକ କୃଷି ଅଧିକାରୀ ସନ୍ତୋଷ ପରିଡା ଓ ସମ୍ମାନିତ ଅତିଥିଭାବେ ସହ କୃଷି ଅଧିକାରୀ ତିରୁପତି ସିନିପିନି, ବିପିଏମ ପ୍ରକାଶ ମହାନ୍ତି ଓ ରାଜେଶ କୁମାର ମୁଦୁଲିପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ !

ଏହି ଜନ କଲ୍ୟାଣ କାରୀ ଅଭିଯାନ ଓଡ଼ିଶାର ବିଭିନ୍ନ ଜିଲ୍ଲା, ବ୍ଲକ ଓ ସମବାୟ ସମିତି ସମୂହ ଅଧୀନରେ ବ୍ୟାପକ ଭାବରେ ପାଳିତ ହେଉଛି।ରଙ୍ଗୋଲି ରାଷ୍ଟ୍ର’ କାର୍ଯ୍ୟକ୍ରମ ସହିତ ‘ସେବା ସେତୁ’ ଏବଂ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଭଳି ଅଭିଯାନ ଗୁଡ଼ିକୁ ଯୋଡ଼ାଯାଇ ସ୍ଥାନୀୟ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ତୃଣମୂଳ ସ୍ତରରେ ଶିବିରମାନ ଅନୁଷ୍ଠିତ କରାଯାଉଛି ବୋଲି ମୁଖ୍ୟ ଅତିଥି ବୋଲଗଡ଼ ବିଡିଓ ସୁମନ ସୁଧା କୁଣ୍ଡୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ! ରଙ୍ଗୋଲି ରାଷ୍ଟ୍ର’ ଉତ୍ସବ ହେଉଛି ଭାରତ ସରକାର ଓ ରାଜ୍ୟ ସରକାର ମିଳିତ ଭାବେ ଏହି ଅଭିଯାନ ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନଙ୍କ ପାଖରେ ବିଭିନ୍ନ ରାଷ୍ଟ୍ରୀୟ ଓ ସରକାରୀ ଯୋଜନା ପହଞ୍ଚାଇବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ବୋଲଗଡ଼ କୃଷି ସମବାୟ ସମିତି ସଭାପତି ସୌରାଂଶୁ ପରିଡା ସମସ୍ତଙ୍କୁ ସୂଚନା ପ୍ରଦାନ କରିଥିଲେ !

















