୦୨ ଜାନୁଆରୀ ସୋମବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ରାୟଗଡା :- ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ୍ ଫୁଟ୍ଟାସିଙ୍ଗ ଗ୍ରାମ ଠାରେ ନୂତନ ବର୍ଷର ଦ୍ବିତୀୟ ଦିବସରେ ଭୋଜିର ଆୟୋଜନ କରାଯାଇଛି । ଖ୍ରୀଷ୍ଟିୟାନ୍ ପରିବାର ପ୍ରାର୍ଥନା ସହ ଉପାସନା ମଧ୍ୟ କରୁଥିବା ଏବଂ ଆକର୍ଷଣୀୟ ସାଜସଜ୍ଜା,ନାଚ, ଗୀତ,ଉଲ୍ଲାସପୂର୍ଣ୍ଣ ଅପେକ୍ଷା ଏହି ବର୍ଷର ନବ ବର୍ଷ ଉତ୍ସବ ପାଳନ ଅତି ସରସ ସୁନ୍ଦର ମହକି ଯାଉଥିଲେ । ଏହି ବର୍ଷର ନବ ବର୍ଷ ପର୍ବ ପାଳନ ମୂଳ ଲକ୍ଷ୍ୟ:-ନୂତନ ବନ୍ଧୁ,ବାନ୍ଧବ, ସାଙ୍ଗ,ସାଥି ମିଳନରେ ଆନନ୍ଦ ଉଲ୍ଲାସ ଆକୃଷ୍ଟ କରିଥିଲେ । ବନ୍ଧୁ,ବାନ୍ଧବ ସାଙ୍ଗ,ସାଥି ସହ ମିଳନର ଏକତ୍ର ହୋଇ ନାଚ, ଗୀତ ହୋଇ ରଙ୍ଗ ବେରଙ୍ଗ ପୋଷାକ ପିନ୍ଧି ସାଂସ୍କୃତିକ ମେଳ ସଜ୍ଜା ସହ ମନ ଭରି କିଣି ନେଇଥିଲେ ।ଯେଉଁ ନୂତନ ବର୍ଷ ଆସିଛି ଏହାକୁ ମହାଆଳମ୍ବର ସହ ଆଗ୍ରହରେ ମନ ବଡାଇ ମହାଆନନ୍ଧ,ଉଲ୍ଲାସ ହୋଇ ଆପଣେଇଥିଲେ । ଏହି ସମ୍ପର୍କ ଅତୁଟ ବିଶ୍ବାସ ଯୋଗ୍ୟ ବୋଲି ମହାଆଳମ୍ବରେ ଭୋଜି,ଭାତ, ମାଂସ ମନ ତୃପ୍ତିରେ ଖାଇ ନିଜ ନିଜ ଘରକୁ ଫେରୁଥିଲେ । ଉକ୍ତ ଯୋଗଦାନରେ ଏକ୍ସ ଆର୍ମି ଶ୍ରୀ-ମାନୁଏଲ୍ ଶବର,ଫୁଟ୍ଟାସିଙ୍ଗ ପଞ୍ଚାୟତ ସରପଞ୍ଚ ଶ୍ରୀ-ଏସିୟ ଶବର,ସ୍ଥାନୀୟ ଗ୍ରାମର ସଭ୍ୟ, ସଭ୍ୟା:-ସର୍ବଡ୍ ଶବର,ଏନୁଷ ଶବର,ଡିସନ ଗମାଙ୍ଗ,କୁର୍ମିୟା ଗମାଙ୍ଗ,ପଇତ ଶବର,ରେମୁକା ଦଳବେହେରା,ଅଭି ଶବର, ଏଲିଆଜର୍ ଗମାଙ୍ଗ ଉପସ୍ଥିତ ଥିଲେ ।