ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ, ଡ ହୃଷୀକେଶ ପଟ୍ଟନାୟକ,ସାମ୍ବାଦିକ ହୃଦୟା ନନ୍ଦ ସାସମଲ,ଇଂରାଜୀ ଅଧ୍ୟାପକ ମହେଶ୍ୱର ପ୍ରଧାନ,ଓଡ଼ିଆ ଅଧ୍ୟାପକ ବିଜୟ କୁମାର ସାହୁ ,କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ଖଣ୍ଡୁଆଳ ପ୍ରମୁଖ ଉପସ୍ଥିତ ରହି ଜାତୀୟ ସେବା ଯୋଜନା ର ମହତ୍ତ୍ଵ,ପରିବେଶ ପରିଷ୍କାର ,ପରିଚ୍ଛନ୍ନତା ଉପରେ ବର୍ଣ୍ଣନା କରିଥିଲେ ।
ଗତ ଡିସେମ୍ବର ୨୩ ତାରିଖ ଦିନ ଅନୁଷ୍ଠିତ ହୋଇଥିବା ଏହି ଶିବିରକୁ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଶିବିରରେ ୫୦ ଜଣ ଛାତ୍ର ଅଂଶଗ୍ରହଣ କରି ସ୍ବଚ୍ଛତା ଏବଂ ପରିସ୍କାର, ପରିଚ୍ଛନ୍ନତା ଉପରେ ଲୋକମାନଙ୍କୁ ସଚେତନ କରିବା ସହ ଗ୍ରାମ ,ବିଦ୍ୟାଳୟ ,ଜଳାଶୟ ପରିବେଶ ପରିଷ୍କାର କରିଥିଲେ । ଏଭଳି କାର୍ଯ୍ୟକ୍ରମ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

© 2023 Odisha Taza News.