୨୯ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲାକୁ ସରସ କରି ଗଢି ତୋଲିବା ସହିତ ବିକାଶର ଦ୍ବାରା ଦେଶରେ ପହଞ୍ଚଇବାକୁ ସର୍ବଦା ଚେଷ୍ଟିତ ଗଜପତ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଜନହିତକର ପ୍ରକଳ୍ପ ଅନୁଧ୍ୟାନ କରିବାକୁ ବୁଧବାର ମୋହନା ବ୍ଲକର ବିଭିନ୍ନ ପଞ୍ଚାୟତକୁ ଗ୍ରସ୍ତ କରିଥିଲେ । ସେ ପ୍ରଥମେ ଧାଡିଆମ୍ବ ପଞ୍ଚାୟତ ଅଧିନ ଡାହାଣୀ ନାଳର ପୁନରୁଦ୍ଧାର, ମରାମତି,
ସୌନ୍ଦର୍ଯ୍ୟକରଣ ଓ ଜଳ ନିଷ୍କାସନ ଉପରେ ଗୁରୁତ୍ବ ଦେଇ ଏହାର ବିକାଶ କରି ଚାଷୀଙ୍କୁ କେନାଲ ମାଧ୍ୟମରେ ଜଳଯୋଗାଇବାକୁ ଅଧିକାରୀଙ୍କୁ ନିଦ୍ଦେଶ ଦେଇଥିଲେ । ପରେ ୫-ଟି ମାଧ୍ୟମରେ ଯୋଡାଆମ୍ବ ବିଦ୍ୟାଳୟର ରୂପାନ୍ତିକରଣ କୋଠା ବୁଲି ଉନ୍ନତମାନର କାମ ସହ ଠିକ୍ ତଦାରଖ କରିବାକୁ ଅଧିକାରୀଙ୍କୁ କରିଥିଲେ ।
ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋବା ଆସିଥିବା ମୋହନା ନୁଆଗଡ ବ୍ଲକର ସୀମାନ୍ତବତ୍ତୀ ଅଞ୍ଚଳରେ ଦୁଃଖ ସାଜିଥିବା ଚୁଡଙ୍ଗପୁର ପଞ୍ଚାୟତର ଝରଣପୁର ଗ୍ରାମ ନିକଟ ଲୁଦୁପଙ୍କା ନାଳ ଉପରେ ନିମିତ ପୋଲ ଜିଲ୍ଲାପାଳ ବୁଲି ଦେଇଥିଲେ । ଅଞ୍ଚଳବାସିଙ୍କ ଦୀର୍ଘବର୍ଷର ଦାବିକୁ ଜିଲ୍ଲାପାଳଙ୍କ ତତ୍ବାବଧାନରେ ପୂରଣ ହୋଇପାରିଥିବାରୁ ଲୋକେ ଜିଲ୍ଲାପାଳଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।
ତାଙ୍କ ସହ ପିଡି ଡିଆରଡିଏ ରୋମାଞ୍ଚଳ ଖମାରୀ, ସ୍ଥାନୀୟ ବିଡିଓ ତପସ୍ବନୀ ହାଂସଦା, ସହକାରୀ ନିର୍ବାହୀ ଯନ୍ତୀ, ଏମଆଇ ଏସଡିଓ , କନିଷ୍ଠ ଯନ୍ତୀ ସୁକୁମାର ସତପଥି, ପିଇଓ, ଚୁଡଙ୍ଗପୁର ଓ ଧାଡିଆମ୍ବ ସରପଞ୍ଚ, ଜନପ୍ରତିନିଧି ଓ ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆଗକୁ ମୋହନା ବ୍ଲକରେ ଜନକଲ୍ୟାଣକାରୀ ବିଭିନ୍ନ ପ୍ରକଳ୍ପ ହେବାକୁ ଯାଉଥିବା ଜିଲ୍ଲାପାଳ କରିଥିଲେ ।

© 2023 Odisha Taza News.