No Result
View All Result
ମହିଳାଙ୍କୁ ଦେଢଲକ୍ଷ୍ୟ ସହାୟତା ରାଶି ଦେବାକୁ ପ୍ରାଧିକରଣ କୁ କୋର୍ଟ ଙ୍କ ନିର୍ଦେଶ
୨୯ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ରଣପୁର :- ଜଣେ ବିବାହିତା ମହିଳାଙ୍କୁ ପ୍ରାୟ ଦୁଇ ବର୍ଷ ଧରି ଯୌନ ଶୋଷଣ ଠକେଇ ଶେଷରେ ପ୍ରତାରଣା ଅଭିଯୋଗର ବିଚର କରି ନୟାଗଡ଼ ଅତିରିକ୍ତ ଦୌରା ତଥା ଫାଷ୍ଟଟ୍ରାକ କୋର୍ଟ ର ବିଚାରପତି ମାନ୍ୟବର ବିରଞ୍ଚି କୁମାର ରଥ ଅଭିଯୁକ୍ତ ରଣପୁର ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳର ବିରେନ୍ଦ୍ର ଦଳେଇକୁ ନିର୍ଦୋଷରେ ଖଲାସ କରିଦେଇଥିବା ବେଳେ ପୀଡ଼ିତା କ୍ନୁ ଦେଢଳକ୍ଷ୍ୟ ଟଙ୍କା ସହାୟତା କ୍ଷ୍ୟତିପୂରଣ ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ ବାଣପୁର ଥାନା ଅଞ୍ଚଳର ଜଣେ ମହିଳା ଙ୍କ ସହ ଅଭିଯୁକ୍ତ ର ଏକ ମନ୍ଦିର ରେ ଦେଖାସାକ୍ଷାତ ପରେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା । ପୀଡ଼ିତା ତିନୋଟି ସନ୍ତାନ ର ଜନନୀ ହୋଇଥିଲେ ମଧ୍ୟ ଅଭିଯୁକ୍ତ କଥାରେ ପ୍ରଭାବିତ ହୋଇ ଦୀର୍ଘ ଦୁଇ ବର୍ଷ ହେଲା ସ୍ଵାମୀ-ସ୍ତ୍ରୀ ଭାବେ ଚଳୁଥିଲେ ବୋଲି ଅଭିଯୋଗ ହୋଇଥିଲା । ଏପରିକି ପୀଡ଼ିତା ଅଭିଯୁକ୍ତକୁ ଏକ ନୂଆ ୟାମା ବାଇକ କିଣି ଦେବା ସହିତ ଲକ୍ଷାଧିକ ଟଙ୍କା ଦେଇଥିଲେ ।
ଆଜକୁ ଦୁଇ ବର୍ଷ ତଳେ ପୀଡ଼ିତା ଦିନେ ଗୋପାଳପୁର ଆସି ଆଇନଅନୁଯାୟୀ କାଗଜପତ୍ର କରିବାକୁ ଜିଦକରିବାରୁ ଅଭିଯୁକ୍ତ ଆଉ ଧାରାଛୁଆଁ ଦେଇନଥିଲା । ଫଳରେ ପୀଡ଼ିତା ପ୍ରତାରଣା ର ଶିକାର ହେବାଜାଣି ନ୍ୟାୟ ପାଇବା ଆଶାରେ ନିଜ ହାତ କାଟି ପ୍ରତିବାଦ କରିଥିଲେ । ଉକ୍ତ ମାମଲା ରେ ସରକାରଙ୍କ ପକ୍ଷରୁ ଦୁଇଜଣ ଡାକ୍ତର ଓ ତଦନ୍ତକରି ପୋଲିସ ବିଦିତା ନାୟକ ଙ୍କ ସମେତ ସରକାର ଙ୍କ ତରଫରୁ ସମୁଦାଯ ଚଉଦଜଣଙ୍କ ସାକ୍ଷ୍ୟ ନିଆଯାଇଥିଲା । ଦୀର୍ଘ ତିନି ବର୍ଷ ଧରି ବିଚାର ଚାଲିବା ଓ ଉଭୟ ପକ୍ଷ୍ୟର ଜବାବ ସୁଆଲ ପରେ ମାନ୍ୟବର ବିଚାରପତି ଅଭିଯୁକ୍ତ କୁ ନିର୍ଦୋଷ ଆଦେଶ ପ୍ରଦାନ କରିଥିଲେ । ଅଭିଯୁକ୍ତ ଙ୍କ ତରଫରୁ ବରିଷ୍ଠ ଓକିଲ ଦିଲ୍ଲୀପ କୁମାର ନନ୍ଦ ମୋକଦମା ପରିଚାଳନା କରୁଥିଲେ ।

No Result
View All Result