No Result
View All Result
୨୮ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ରାୟଗଡା :- ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ୍ ଅନ୍ତର୍ଗତଃ ଖିଲାପଦର ଗ୍ରାମରେ ଧାନ ରଖିବା/ଶୁଖାଇବାର ଜଣାପଡିଛି । ବିଲରୁ ଧାନ କାଟି ଆଣିଥିବାବେଳେ ଡଙ୍କାଶିକୁଳା ଏବଂ ପଦ୍ମପୁର ଏବଂ ଖିଲାପଦର ତ୍ରୀକୋଣ ରାସ୍ତା ମଧ୍ୟରେ ରାସ୍ତା ଜାମ୍ ହେବାର ଦେଖି ପାରୁଛୁ କି ଆଜି ରାସ୍ତା କୋଳରେ ଧାନ ଶୁଖାଇବାର ଏବଂ ଧାନ ଥିବା ଯୋଗୁଁ ସାହି ମଝିରେ ରାସ୍ତା ଯିବା ଆସିବା ଚଲା ବୁଲା କଷ୍ଟ ହେବାର ଜଣାପଡୁଛି । ଯାହା ଫଳରେ କି ଆଜି ଲୋକେ ଲୋକେ ମଧ୍ୟରେ ରାସ୍ତା ନିମନ୍ତେ କୋହଳି ସୃଷ୍ଟି ହେଉଛି । କିଏ ତୋ ଧାନ କାଟି ଗୃହର ମୁହଁରେ ରଖିଥିବାବେଳେ, କିଏ ତୋ ରାସ୍ତା କୋଳରେ ରଖୁଛି, କିଏ ତୋ ରାସ୍ତା ମଝିରେ ରଖିବାର ଜଣା ପଡୁଛି, ଯେଉଁ ଫଳରେ ଘାଡି ଗୋଡା ଯାହାନ ବାହାନ ଲୋକେ ଅସୁବିଧାର ସମ୍ମୁଖୀନ ହୋଇପଡୁଛନ୍ତି । ଧାନ ରଖିବା ପାଇଁ ଅସୁବିଧା ଯୋଗୁଁ ଆଜି ଲୋକେ ଧାନ ନ କାଟି ବିଲରେ ମଧ୍ୟ ରହିଛି,ଯେଉଁ ଫଳରେ ବର୍ଷକର ପାରିଶ୍ରମିକ ମୂଲ୍ୟ ବେକାର ମାଟିରେ ମିଶିବା ଚଳା ଆଉ କିଛି ଉପାୟ ଶନ୍ୟୂ । ପରିଶ୍ରମ ବୃତ୍ତା ଆଜି ଧାନ ଗୁଡିକ ଶୋଇ ନଷ୍ଟ ହେବାର ସମ୍ଭାବନା ମଧ୍ୟ ରହିଛି । ପ୍ରଶାସନ ଯଦି ଶୀଘ୍ର ମାଣ୍ଡି ଧାନ ପ୍ରତି ସୁଯୋଗ ଦିଅନ୍ତି,ଲୋକେ ଧାନ ମାଣ୍ଡିରେ ରଖି ଯେଉଁ କଟାଳି ଧାନ ଆଉ କାଟି ମାଣ୍ଡିରେ ଶୀଘ୍ର ଦେଇଥାନ୍ତି । ଏଣୁ ଯାହା ଫଳରେ ଆଜି ଧାନ ମାଣ୍ଡି ନ ଖୋଲିବାରୁ ଏହି ପରି ପରିସ୍ଥିତିରେ ଦେଖିବାର ଜଣାପଡିଗଲା କି ଧାନ କାଟି ଆଣି କେଉଁଠି ତୋ ରାସ୍ତା କୋଳରେ,କିଏ ତୋ ରାସ୍ତା ମଝିରେ ରଖିବାକୁ ପାଇଛୁ । ଗୋଟିଏ ଦୃଷ୍ଟିରେ ଏହି ପଟେ ଧାନ ରାସ୍ତାରେ ପଡିଥିବାବେଳେ,ଯାହାନ, ବାହାନ ଯିବା ଆସିବା ନ ଥିବା ସତ୍ବେ ଧାନ ବାହାରେ ରହିଥିବା ବେଳେ, ଆକାଶ ଛୁଆଁର କଳା ମେଘ ଡାଙ୍କି ବର୍ଷା ହେବାର ସମ୍ଭାବନା ମଧ୍ୟ ଦେଖା ଯିବାର ସୃଷ୍ଟି କରୁଛି । ତୋ ଲୋକେ ଆଜି ଧାନ କେଉଁଠି ନିଆଯିବ,କଣ କରାଯିବ,କିପରି ଧାନ ରଖି ବି କହି ଜ୍ଞାନ ବୁଦ୍ଧି ହୀନ ଦୁଃଖରେ ଭାଙ୍ଗି ପଢିଛନ୍ତି ଲୋକେ । ପ୍ରଶାସନ ମାଣ୍ଡି ଯଦି ଶୀଘ୍ର ଦେଇଥାନ୍ତି ତେବେ ବର୍ଷା ଦେହରୁ ଲୋକେ ବଞ୍ଚିତ ହେବୁ ଗ୍ରାମ ବାସୀ ।
No Result
View All Result