୨୮ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ଭାଲିଆପଦର :- ଭାରତ ବିକାଶ ନୟାଗଡ ଶାଖା ତରଫରୁ ଅଧ୍ୟକ୍ଷ ହରେକୃଷ୍ଣ ସାହୁ ଙ୍କ ନେତୃତ୍ୱ ରେ ଓ ସମାଜସେବୀ ଦାମୋଦର ସାହୁ, ସରପଞ୍ଚ, ଏମ. ପି ଙ୍କ ପ୍ରତିନିଧି ଙ୍କ ଉପସ୍ଥିତି ରେ ନୂଆଗାଁ ବ୍ଲକ ଅନ୍ତର୍ଗତ ଭାଲିଆପଦର ଗ୍ରାମ ରେ ଘର ପୋଡି ରେ ସର୍ବସ୍ବ ହରାଇ ଥିବା 7 ଟି ପରିବାର ଙ୍କୁ ଖାଦ୍ୟ ସାମଗ୍ରୀ ସହିତ ବସ୍ତ୍ର ଓ ଶୀତ ବସ୍ତ୍ର ପ୍ରଦାନ କରାଯାଇଛି l ପ୍ରକାଶ ଥାଉ କି, ଗତ ଦୁଇ ଦିନ ତଳେ ନିଆଁ ଲାଗି ସାତ ଗୋଟି ପରିବାର ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଥିଲା l
ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ନାୟକ, କାମାକ୍ଷା ପ୍ରସାଦ ଦାସ, ଘନଶ୍ୟାମ ସାହୁ, ଉଦୟ ନାଥ ନାୟକ ଓ ଗୋବିନ୍ଦ ସାହୁ ପ୍ରଭୃତି ସହଯୋଗ କରିଥିଲେ l ସଚିବ ଅନାଦି ଚରଣ ମହାନ୍ତି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଏହି ବ୍ୟକ୍ତି ବିଶେଷ ଙ୍କୁ ଯୋଡିବା ନିମନ୍ତେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l

© 2023 Odisha Taza News.