ଏହି ଶିବିରରେ ୫୦ ଜଣ ଛାତ୍ର ଅଂଶଗ୍ରହଣ କରିଛନ୍ତି । ଏହି ଶିବିର କୁ ସହଯୋଗ କରିଛନ୍ତି ରାଜନୀତି ବିଜ୍ଞାନ ଅଧ୍ୟାପକ ସତ୍ୟ ସ୍ୱାଗତ ସାହୁ ଏବଂ କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ଖଣ୍ଡୁଆଳ । ଏହି ୭ ଦିନିଆ ଏନ୍ ଏସ ଏସ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଆସନ୍ତା ୨୯ ତାରିଖ ଗୁରୁବାର ଦିନ ଉଦଯାପିତ ହେବ ବୋଲି ଯୋଜନା ଅଧିକାରୀ ତଥା ଶିକ୍ଷା ଅଧ୍ୟାପକ ଜୟକୃଷ୍ଣ ସାହୁ କହିଛନ୍ତି ।
ଏହି ପ୍ରଶିକ୍ଷଣ ଶିବିର ରେ ଅଂଶ ଗ୍ରହଣ କରିଥିବା ଛାତ୍ର ମାନେ ସେବା ମନୋବୃତ୍ତି କୁ ନେଇ ଅଧିକ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ନୂଆଗାଁ ନୂଆସାହି ପରିବେଶ,ଜଳାଶୟ ଆଦି ପରିସ୍କାର , ପରିଚ୍ଛନ୍ନତା ଏନ୍ ଏସ ଏସ ଛାତ୍ର ମାନଙ୍କ ଦ୍ଵାରା କରାଯିବା ସହ ଲୋକମାନଙ୍କୁ ସଚେତନ କରାଯିବା ର କାର୍ଯ୍ୟକ୍ରମ ରହିଛି ।

© 2023 Odisha Taza News.