No Result
View All Result
୧୮ ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଓଡିଶାର ଅଗ୍ରଣୀ ଦାୟିତ୍ୱବାନ ଏକ ନମ୍ବର ସାମାଜିକ ସଂଗଠନ ଓଡିଶା ନାଗରିକ ସମାଜର ତ୍ରୟୋଦଶ ସ୍ଵନକ୍ଷତ୍ର ଉତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ସ୍ୱତନ୍ତ୍ର ଓଡିଶା ଗଠନର ଶହେ ବର୍ଷ ପୂର୍ତ୍ତିରେ ଓଡିଶାର ରୂପରେଖ କିପରି ହେବା ଉଚିତ ସେହି ବିଷୟକୁ ନେଇ ଓଡିଶା 2036 ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଦୀର୍ଘ 13 ବର୍ଷ ହେଲା ଓଡିଶାର ସ୍ୱାର୍ଥ, ସ୍ୱାଭିମାନ ଓ ସ୍ୱାବଲମ୍ବନ ପାଇଁ ଓଡିଶା ନାଗରିକ ସମାଜ ନିରବଛିନ୍ନ ଭାବେ କାର୍ଯ୍ୟ କରି ଆସୁଛି l ରାଜ୍ୟ ସ୍ୱାର୍ଥ ଓ ସମସ୍ୟା ସମ୍ବଳିତ ଗୁରୁତ୍ୱପୂର୍ଣ ବିଷୟରେ ସବୁବେଳେ ନିଜର ଦାୟିତ୍ୱ ଓ ସ୍ୱରକୁ ଶାଣିତ କରି ଆସିଛି ଓଡିଶା ନାଗରିକ ସମାଜ l ଓଡିଶା ନାଗରିକ ସମାଜ ସଭାପତି ଇଂ ଲଳିତ ମୋହନ ପଟନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶଶୀଭୁଷଣ ବେହେରା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜକିଶୋର ତ୍ରିପାଠୀ, ଡ଼ଃ ଭଗବାନ ପ୍ରକାଶ,କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ, ବିଜେପି ନେତା ପ୍ରଦୀପ ପୁରୋହିତ, ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ, , ଅରୁନ୍ଧତୀ ଦେବୀ, ରୀନା ରାଉତରାୟ, ଲୋପାମୁଦ୍ରା ମହାନ୍ତି, ରମେଶ ମହାନ୍ତି, ଆଦି ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଓଡିଶା ରେ ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟ ରହିଛି l ହେଲେ ଦୀର୍ଘ 85ବର୍ଷ ହେଲା ରାଜନୈତିକ ଇଛା ଶକ୍ତିର ଅଭାବ ଯୋଗୁ ଆଜି ଓଡିଶା ର ଏପରି ଅବସ୍ଥା ହୋଇଛି ରାଜ୍ୟରେ ଜଳ ସମ୍ପଦ ବିନିଯୋଗ,
ଖଣିଜ ସମ୍ପଦର ବିନିଯୋଗ କରି ମାନବ ସମ୍ବଳକୁ ସଠିକ ବିନିଯୋଗ କରି ରୋଜଗାର ପ୍ରଦାନ, ସମସ୍ତ ପିଲାଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ପ୍ରଦାନର ପର୍ଯ୍ୟlପ୍ତ ବ୍ୟବସ୍ଥା, ଭିତିଭୂମି ବିକାଶ ରେ ରାସ୍ତା, ବନ୍ଦର, ଏୟାରପୋର୍ଟ ଆଦି ର ଉନ୍ନତି କରଣ ଆଦି କୁ ସରକାର ପ୍ରାଧାନ୍ୟ ଦେବା ଉଚିତ ବୋଲି ଇଂ ଲଳିତ ମୋହନ ପଟନାୟକ କହିଥିଲେ l ଓଡିଶା ର ଜନସାଧାରଣ ସମସ୍ତେ ବର୍ତମାନ ସମୟରେ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଓ ନିରବଛିନ୍ନ ସେବା ଯୋଗାଉଥିବା ବ୍ୟକ୍ତିବିଶେଷଙ୍କୁ ଓଡିଶା ନାଗରିକ ସମାଜ ସମ୍ମାନ ପ୍ରଦାନ କରାଯାଇଥିଲା l କଳ୍ପନା ସାହୁ, ଗଗନ ବିହାରୀ ପୋଇଟାଲ, ଶିବାନlରାୟଣ ମିଶ୍ର, କୈଳାଶ ବେହେରା,ଦୀନକୃଷ୍ଣ ସାହୁ, ବନସ୍ମିତା ପତି,ଳିନୁ ଚଇନି, କୈଳାସ ଷଡ଼ଙ୍ଗୀ, ଅରୁନ୍ଧତୀ ଦେବୀ, ଅଭିମନ୍ୟୁ ଜେନା, ପୂର୍ଣଚନ୍ଦ୍ର ଦାସ, ବନସ୍ମିତା ପତି ଆଦିଙ୍କୁ ନାଗରିକ ସମାଜ ସମ୍ମାନ ପ୍ରଦାନ କରାଯାଇଥିଲା l ରମେଶ ମହାନ୍ତି ଧନ୍ୟବାଦ ଦେଇଥିଲେ l
No Result
View All Result