No Result
View All Result
୧୮ ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ :- ନୟାଗଡଜିଲ୍ଲାର ମା”ଦଖୀଣକାଳୀ ବିଦ୍ୟୁତ୍ ଠିକା କର୍ମଚାରୀ ସଂଘର ୨ୟ ସାଧାରଣ ଅଧିବେଶନ ନୟାଗଡ ସହରସ୍ଥିତ ପଠାଣି ସାମନ୍ତ ଅଡିଟୋରୀୟମଠାରେ ଅନୁଷ୍ଠିତ ହୋଇଯାଇଛି | ଏ ଉପଲଖ୍ୟେ ଆୟାଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ସଂଘର ସଭାପତି ରବିନ୍ଦ୍ର କୁମାର ଦାସଙ୍କ ପୌରୋହିତ୍ୟରେ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସଂପାଦକ ରାଜୀବ ମହାନ୍ତି ମୁଖ୍ୟ ଅତିଥୀଭାବେ ଯୋଗଦେଇ ବିଦ୍ୟୁତ ଶ୍ରମିକମାନଙ୍କ ସମସ୍ୟାପ୍ରତି ରାଜ୍ୟ ସରକାର ସଚେତନ ଅଛନ୍ତି ବୋଲି କହିଥିଲେ
ଏବଂ ବିଦ୍ୟୁତ କଂପାନୀର ମନମୁଖୀ ଶ୍ରମିକ ମାରଣନୀତୀକୁ ଆଦୌଁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ | ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସହ ସଂପାଦକ ଶ୍ରୀକାନ୍ତ ପଟ୍ଟନାୟକ,ସମାଜସେବୀ ପ୍ରଭାସିନୀ ନନ୍ଦ,ସ୍ବସ୍ତିକ୍ ଇଂଜିନିୟରିଂର ପ୍ରମୋଦ କୁମାର ବେହେରା,ପ୍ରିୟବ୍ରତ ପଟ୍ଟନାୟକ,
ସଂଗଠନ ସଂପାଦକ ସଂଜୟ ପଟ୍ଟନାୟକ,ଅବସରପ୍ରାପ୍ତ ଶ୍ରମ ଅଧିକାରୀ ବସନ୍ତ କୁମାର ମିଶ୍ର,ଶ୍ରୀକାନ୍ତ ବେହେରା,ଚିତ୍ତରଂଜନ ଦାସ୍ ,,ବାବୁଲି ମହାପାତ୍ର,ଶ୍ରମିକ ନେତା ବସୁଦେବ ମହାନ୍ତି ପ୍ରମୁଖ ଅତିଥୀଭାବେ ଯୋଗଦେଇଥିଲେ | ବିଜୁ ଶ୍ରମିକ ସାମୁଖ୍ୟ ଆହ୍ବାନରେ ଅନୁଷ୍ଠିତ ଏହି ସଉାରେ ବିଦ୍ୟୁତ ଶ୍ରମିକମାନଙ୍କୁ ସର୍ବନିମ୍ନ ଦରମା ସହିତ ଚାରକିରୀ ସ୍ଥାୟୀ କରିବାକୁ ଦାବି କରାଯାଇଥିଲା | ପ୍ରାୟ ୪ଶହ ଠିକା କର୍ମଚାରୀ ଯୋଗଦେଇଥିଲେ |

No Result
View All Result