No Result
View All Result
୧୭ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :- ଆଜି ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଡିମିରିଝରି ଖେଳପଡ଼ିଆ ଠାରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଅଦ୍ୟ ତା ୧୭.୧୨.୨୦୨୨ ରିଖ ଶନିବାର ଠାରୁ ତା ୧୯.୧୨.୨୦୨୨ ରିଖ ସୋମବାର ଦିନ ପର୍ଯ୍ୟନ୍ତ ଚାଲୁ ରହିବ । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବଡ଼ଗୋଠ ପଞ୍ଚାୟତ ଅଧିନସ୍ଥରେ ଥିବା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଡିମିରିଝରୀ ଠାରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଏଡିଓ ତଥା ବିଇଓ ବସନ୍ତ କୁମାର ନାୟକ ସଭାପତିତ୍ବ କରିଥିଲାବେଳେ ନୂଆଗାଁ ବିଡ଼ିଓ ପ୍ରମୋଦ କୁମାର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେବା ସହ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ବନମାଳୀ ନାୟକ, ସମିତି ସଭ୍ୟା ପ୍ରତିନିଧି ସନ୍ତୋଷ କୁମାର ନାୟକ, ବେରୁଆଁବାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ପଣ୍ଡା,
ସୁଧୀର କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ । ବ୍ଲକ୍ କାର୍ଯ୍ୟକାରୀ ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିବା ସହ ଭଲିବଲ୍ କନଭେନର ବିଜୟ କୁମାର ବେହେରା, ଖୋ ଖୋ କନ୍ ଭେନର ପରମାନନ୍ଦ ପରିଡ଼ା, କବାଡି କନ୍ ଭେନ୍ ର ବିରଞ୍ଚି ନାରାୟଣ ବେହେରା ଥିବାବେଳେ ନିହାରିକା ମଲ୍ , ପ୍ରତାପ କୁମାର ମହନ୍ତ, ରମେଶ ଚନ୍ଦ୍ର ମାଝି, ଉତ୍କଳକେଶରୀ ଦାସ, କିଶୋରଚନ୍ଦ୍ର ନାୟକ, ଶାନ୍ତିଲତା ସାହୁ, କୃଷ୍ଣଚନ୍ଦ୍ର ମହାପାତ୍ର , ବିପିନ୍ ଚନ୍ଦ୍ର ଦାସ, ଜଗନ୍ନାଥ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳଟିକୁ ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ବର୍ଗରେ ୨୩୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ଏହା ସହିତ ଆଥଲେଟିକ, ଯୋଗ, ବ୍ୟାଡମିଣ୍ଟନ ଆସନ୍ତା ୧୯.୧୨.୨୦୨୨ ରିଖ ଦିନ କ୍ରୀଡ଼ା ପ୍ରତିଯୋଗିତା ପରିଚାଳନା ହେବ ।


No Result
View All Result