୧୪ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ପଣ୍ଡିତ ନୀଳମଣି ବିଦ୍ୟାରନି ଏକାଧାରରେ ଥିଲେ ସଂଗ୍ରାମୀ, ସଂସ୍କାରକ ଓ ସମାଜସେବକ । ସେ ଓଡ଼ିଆ ପତ୍ରପତି୍ରକା ଆନ୍ଦୋଳନର ଭିତ୍ତି ସ୍ଥାପନ କରିଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ତାଙ୍କ ଉଦ୍ୟମ ତାଙ୍କୁ ଏହି ଆନ୍ଦୋଳନର ପ୍ରମୁଖ ବିନ୍ଧାଣୀ ଭାବରେ ସ୍ମରଣୀୟ ରଖିଛି । ସେ ଥିଲେ ଓଡ଼ିଶାରେ ନବଜାଗରଣର ଅନନ୍ୟ ଅଗ୍ରଦୂତ ବୋଲି ପ୍ରସିଦ୍ଧ କବି, ପ୍ରାକ୍ତନ ସାଂସଦ ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ. ପ୍ରସନ୍ନ ପାଟ୍ଟଶାଣୀ ଉଲ୍ଲେଖ କରିଛନ୍ତି । ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନରେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରନି ସ୍ମୃତି ସଂସଦ (ଭୁବନେଶ୍ୱର)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ଡ. ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପଣ୍ଡିତ ନୀଳମଣି ବିଦ୍ୟାରନିଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ପ୍ରାକ୍ତନ ବିଧାୟକ ତଥା ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରନି ସ୍ମୃତି ସଂସଦର ସଭାପତି ଶ୍ରୀ ପ୍ରଭାତ କୁମାର ତି୍ରପାଠୀ ଓ ଭଣ୍ଡାରୀପୋଖରୀ ବିଧାୟକ ଶ୍ରୀ ପ୍ରଫୁଲ୍ଲ କୁମାର ସାମଲ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ପଣ୍ଡିତ ନୀଳମଣି ବିଦ୍ୟାରନିଙ୍କ କୃତି ଓ କୃତିତ୍ୱ ଉପରେ ବକ୍ତବ୍ୟ ରଖି ଓଡ଼ିଶା ଇତିହାସରେ ତାଙ୍କ ଅବଦାନ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି । ବିଶିଷ୍ଟ ଗବେଷକ ତଥା ଓଡ଼ିଶା ଭାଷା ପ୍ରତିଷ୍ଠାନର ସଂଯୋଜକ ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଦ୍ୟାରନିଙ୍କ ଜୀବନୀ ଓ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ସେ କହିଲେ ଯେ ବିଦ୍ୟାରନି ‘ଉତ୍କଳ ଦୀପିକା’, ‘ସମ୍ବଲପୁର ହିତୈଷିଣୀ’, ‘ଉତ୍କଳ ମଧୁପ’, ‘ପ୍ରଜାବନ୍ଧୁ’ ଇତ୍ୟାଦି ସମ୍ବାଦପତ୍ରର ସଂପାଦନା କରି ଓଡ଼ିଆ ପତି୍ରକା ସଂପାଦନା ଓ ଶୁଦ୍ଧ ପାଠ୍ୟପୁସ୍ତକ ସଂପାଦନାକୁ ମହତ୍ତର ଉଚ୍ଚତା ପ୍ରଦାନ କରିଛନ୍ତି ।ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକରି ସେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରିଛନ୍ତି । ନିଶା ନିବାରଣ, ନିରକ୍ଷରତା ଦୂରୀକରଣ, ପ୍ରଥମ ନୈଶବିଦ୍ୟାଳୟ ପ୍ରତିଷ୍ଠା ପରି ସମାଜସଂସ୍କାରମୂଳକ କାର୍ଯ୍ୟରେ ସେ ଆଗୁଆ ଥିଲେ । ତାଙ୍କ ଉଦ୍ୟମରେ ଗଞ୍ଜାମ ଓଡ଼ିଆ ସଭା ଆୟୋଜନ ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ ନିମନ୍ତେ ପଥ ଉନ୍ମୁକ୍ତ କରିଥିଲା । ସ୍ପଷ୍ଟବାଦିତା ଓ ନିର୍ଭୀକତା ତାଙ୍କ ବ୍ୟକ୍ତିତ୍ୱର ବୈଶିଷ୍ଟ୍ୟ ଥିଲା ବୋଲି ଡ. ନନ୍ଦ ପ୍ରକାଶ କରିଥିଲେ । ସଭା ଆରମ୍ଭରେ ଅତିଥିମାନେ ପଣ୍ଡିତ ବିଦ୍ୟାରନିଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିବାବେଳେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତାପୂର୍ବକ ସ୍ୱାଗତ ଭାଷଣ ପ୍ରଦାନ କରି ନୀଳମଣି ବିଦ୍ୟାରନିଙ୍କୁ ଓଡ଼ିଆ ଜାତି ନମସ୍ୟ ପୁରୁଷ ଭାବରେ ମନେ ରଖିବ ବୋଲି କହିଥିଲେ ।ବୈଦ୍ୟନାଥ ସଂଗୀତ ମନ୍ଦିର ପକ୍ଷରୁ ନାରାୟଣ ରଥ ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା । ପୂର୍ବରୁ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା । ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପି୍ରୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରନି ସ୍ମୃତି ସଂସଦର ସଂପାଦକ ଡା. କୃଷ୍ଣକେଶବ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।