No Result
View All Result
୧୫ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ବାଲୁଗାଁ ବିଦ୍ୟୁତ ଡିଭିଜନ ଅନ୍ତର୍ଗତ ନାଚୁଣୀ ସେକ୍ସନ ଅଧୀନ କହ୍ନେଇ ପୁର ଗ୍ରାମକୁ ଘରୋଇ ବିଦ୍ୟୁତ୍ ଯୋଗାଣ ଉଦ୍ଦେଶ୍ୟରେ ,୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଉକ୍ତ ଗ୍ରାମକୁ ସନ୍ ଯୋଗ କରୁଥିବା ରାସ୍ତା ପାର୍ଶ୍ଵରେ ବହୁ ଦିନରୁ ରହିଥିଵା ମୁକୁଳା ଟ୍ରାନ୍ସଫର୍ମର ଟି ସଂପ୍ରତି ଜନସାଧାରଣ ଏବଂ ଜୀବଜନ୍ତୁ ଙ୍କ ପାଇଁ ମରଣ ଯନ୍ତା ପାଲଟିଛି । ଏହି ୧୧କେଭି ବିଦ୍ୟୁତ ଯୋଗଣ କାରୀ ଟ୍ରାନ୍ସଫର୍ମର ଚାରି ପଟେ ସ୍ଥାୟୀ ପ୍ରାଚୀର ନ ଥିବାରୁ ବିଭିନ୍ନ ସମୟରେ ପଥଚାରୀ ଏବଂ ଗ୍ରୃହ ପାଳିତ ଗାଈ ଗୋରୁ, ଛେଳି, କୁକୁର ମାନଙ୍କ ପ୍ରତି ଦୁର୍ଘଟଣା ଜନିତ ବିପଦର ଆଶଙ୍କା କୁ ଏଡାଇ ଦେଇ ହେବ ନାହିଁ ।
ଟ୍ରାନ୍ସଫର୍ମର ଚାରି ପାଖରେ ବହୁ ଅନାବନା ଗଛ ଲଟା ବିଦ୍ୟୁତ ଖୁଣ୍ଟ ଓ ବିଦ୍ୟୁତ ସ୍ରୋତ ଵାହୀ ତାରକୁ ଏକରକମ ଘୋଡାଇ ରଖିବା ଫଳରେ ଏହି ବିଦ୍ୟୁତ ସୁପରିଵାହୀ ମାଧ୍ୟମରେ ବିଦ୍ୟୁତ ବିସର୍ଜନ ଘଟି ପ୍ରତ୍ୟହ ଏହି ସର୍ବ ସାଧାରଣ ରାସ୍ତା ଦେଇ ଯାତାୟତ କରୁଥିବା ଜନ ସାଧାରଣଙ୍କ ଜୀବନ ପ୍ରତି ବିପଦର ଆଶଙ୍କା ରହିଛି। ଏଣୁ ବିଦ୍ୟୁତ କର୍ତ୍ତୃପକ୍ଷ ତୁରନ୍ତ ଏହି ମୁକୁଳା ଟ୍ରାନ୍ସଫର୍ମର କୁ ସ୍ଥାୟୀ ଘେରାଵନ୍ଦୀ କରିବାକୁ ସ୍ଥାନୀୟ କହ୍ନେଇ ପୁର ଗ୍ରାମବାସୀ ତଥା ଏହି ସବୁଦିନିଆ ରାସ୍ତା ଉପରେ ନିର୍ଭର କରୁଥିବା ବିଭିନ୍ନ ଗ୍ରାମ ପଞ୍ଚାୟତ ର ଜନ ସାଧାରଣ ଦାବୀ କରିଛନ୍ତି ।
No Result
View All Result