No Result
View All Result

କଣ୍ଟାବାଞ୍ଜି (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ପବିତ୍ର ଶାରଦୀୟ ନବରାତ୍ରୀ ଅବସରରେ କଣ୍ଟାବାଞ୍ଜି କିନ୍ନର ସମାଜ ପକ୍ଷରୁ ମା’ ଦୁର୍ଗାଙ୍କ ଭବ୍ୟ ପୂଜା ଆରମ୍ଭ ହୋଇଛି। କଣ୍ଟାବାଞ୍ଜି ବାସୀଙ୍କ ସୁଖ, ଶାନ୍ତି ଓ ମଙ୍ଗଳ କାମନା ପାଇଁ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଏହି ପୂଜା ଆୟୋଜନ କରାଯାଇଛି । ଏହି ପୂଜାର ନେତୃତ୍ୱ ନେଉଛନ୍ତି କିନ୍ନର ସମାଜର ଗୁରୁମା ସୋନୁ ଗୁରୁମା ଏବଂ ଅନ୍ତ ଗୁରୁମା। ତାଙ୍କ ସହ ଶିଷ୍ୟା ପିଙ୍କି, ଅନୁ, ରୂପ, ରୁବି, କାଜଲ, ରିୟା,

ଗୀତା, ଦୀପା, ରୀନା, ମନ୍ଦାକିନୀ, ଶିବାନୀ, ବିଜୟା, ଟଙ୍କ ପ୍ରମୁଖ ମିଶି ମା’ଙ୍କ ଆରାଧନା କରୁଛନ୍ତି । ପୂଜକ ଭାବେ ପଣ୍ଡିତ ଓଁକାର ତ୍ରିପାଠୀ ଓ ଶ୍ରୀତମ ରଞ୍ଜନ ପଣ୍ଡା ରହିଥିବା ବେଳେ କର୍ତ୍ତା ଭାବେ ଶ୍ରୀ କାମେଶ୍ୱର ପାତ୍ର ଓ ତାଙ୍କ ଧର୍ମପତ୍ନୀ ସାଗରୀକା ପାତ୍ର ଦାୟିତ୍ୱ ତୁଲାଉଛନ୍ତି। କିନ୍ନର ସମାଜର ଏହି ଭକ୍ତି ଓ ଏକତାର ପରିଚୟ ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି। ପ୍ରତିଦିନ ସନ୍ଧ୍ୟା ଆରତୀରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଉଛନ୍ତି ।

No Result
View All Result