No Result
View All Result
ରଘୁ ଓ ଜଗଦେବଙ୍କର ଯୁଗଳ ମିଳନ ଦେଖି ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମୀ ମାନଙ୍କର ଚିନ୍ତା ର କାରଣ ହୋଇଛି l ଗଣେଶ ଙ୍କ ଥୋପରେ ରଘୁ ମିଶିଯିବେନି ତ ବିଜେପି ରେ … ??
୧୫ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବିଗତ ସାତ ବର୍ଷ ଧରି ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ କମିବାର ନା ଧରୁନି। 2017 ଗ୍ରାମପଞ୍ଚାୟତ ନିର୍ବାଚନରେ କେତେଜଣ ଜଣାଶୁଣା ପଂଚାୟତ ପ୍ରତିନିଧିଙ୍କୁ ପୂର୍ବତନ ବିଧାୟକ ରଘୁନାଥ ସାହୁ ଜାଣିଶୁଣି ହରାଇ ଦେଇଥିବା ଅଭିଯୋଗ ଆଣି ତାଙ୍କ ବିରୁଦ୍ଧରେ ସମାନ୍ତରାଳ ସଂଗଠନ କରିଥିଲେ ଓ ନେତୃତ୍ୱର ପରିବର୍ତ୍ତନ ପାଇଁ ବିଜେଡ଼ି ସୁପ୍ରିମୋ ନବୀନଙ୍କୁ ଦାବି କରିଥିଲେ । ଫଳରେ 2019 ସାଧାରଣ ନିର୍ବାଚନରେ ତତ୍କାଳୀନ ବେଗୁନିଆ ଓ ବର୍ତମାନର ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ପ୍ରାର୍ଥୀ କରାଯାଇଥିଲା । ରଘୁନାଥ ସାହୁଙ୍କୁ ଦଳ କୈାଣସି ମତେ ବୁଝାସୁଝା କରି ପ୍ରଶାନ୍ତଙ୍କୁ ସମର୍ଥନ କରିବାକୁ ସମର୍ଥ ହୋଇଥିଲା ।
ପ୍ରଶାନ୍ତ ବିଜୟୀ ହୋଇଥିଲେ କିନ୍ତୁ ରଘୁନାଥ ସାହୁ ଓ ତାଙ୍କ ମଧ୍ୟରେ ନେତୃତ୍ୱ ନେଇ ବିବାଦ ଆରମ୍ଭ ହୋଇଥିଲା। ପ୍ରଶାନ୍ତଙ୍କ କାର୍ଯ୍ୟରେ ରଘୁନାଥ ସାହୁଙ୍କ ହସ୍ତକ୍ଷେପକୁ ପ୍ରଶାନ୍ତ ସହ୍ୟ କରି ନ ପାରି ତାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରୁ ଦୁରେଇ ଦେଲେ। ରଘୁନାଥ ସାହୁ ମଧ୍ୟ ମଉକା ଦେଖି ଚଉକା ମାରିବାକୁ ଅପେକ୍ଷା କରି ରହିଲେ। 2022 ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରଘୁନାଥ ସାହୁ ବିଜେଡିର ଦଳିୟ ପ୍ରାଥୀ ମାନଙ୍କୁ ହରାଇ ପ୍ରଶାନ୍ତଙ୍କୁ ବଦନାମ କରି ନିଜ ରାଗ ସୁଜାଇବା ପାଇଁ ଯୋଜନା କଲେ । ବର୍ତମାନର ଖୋର୍ଦ୍ଧା ଜିଲ୍ଲାପରିଷଦ ଉପସଭାପତି ଗୋପିନାଥ ମହାରଣା ଓ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ମଧ୍ୟରେ ପ୍ରଚାର ସମୟରେ ବିବାଦ ଦେଖା ଦେଲା । ବିଜେଡି ଦଳ ରଘୁନାଥ ସାହୁଙ୍କୁ ପର୍ଯ୍ୟବେକ୍ଷକ କରି ରେମୁଣା ପଠାଇ ଦେଲେ । ଜିଲ୍ଲାପରିଷଦ ଜୋନ୍ 13 ଓ 14 ପରାଜିତ ହେବା ସହ ମନୋଜ ପ୍ରଧାନ, ପ୍ରମୋଦ ପଲାଇ, ଲିଲିବାଳା ଭୋଳ , ମାନସ ରଞ୍ଜନ ପ୍ରଧାନ, ଅସିତ୍ ନାଥ, ଚିତ୍ତରଂଜନ ସାମନ୍ତରାୟ, ଶେଷଦେବ ପ୍ରଧାନ ପ୍ରମୁଖ ପ୍ରାର୍ଥୀ ମାନେ ପରାଜୟର ସ୍ବାଦ ଚାଖିବାକୁ ବାଧ୍ୟ ହେଲେ ।
ପରବର୍ତୀ ସମୟରେ ପ୍ରଶାନ୍ତ ଜଗଦେବ ବିଭିନ୍ନ କାରଣ ଯୋଗୁଁ ବହୁ ବିବାଦୀୟ ହୋଇପଡିଥିଲେ । ଦଳ ମଧ୍ୟ ତାଙ୍କ ଉପରୁ ଭରଷା ତୁଟାଇ ଦେଲା । କର୍ମୀଙ୍କ ଦାବି ମୁତାବକ ଦଳ ସ୍ଥାନୀୟ ଏକ ନେତୃତ୍ୱ ସୃଷ୍ଟି ନିମନ୍ତେ ପ୍ରୟାଶ ଜାରୀ ରଖିଲା। ସାଂସଦ ମାନସ ମଙ୍ଗରାଜ ମଧ୍ୟ ସୁଯୋଗ ନେବା ନିମନ୍ତେ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କଲେ । କିନ୍ତୁ ରଘୁନାଥ ସାହୁ ସିଧାସଳଖ ମୋତେ ପ୍ରାର୍ଥୀ କରା ନଗଲେ ପରାଜୟ ପାଇଁ ମୋତେ ଦାଇ କରିବ ନାହିଁ ବୋଲି ତତ୍କାଳିନ ସାଂଗଠନିକ ଦାୟିତ୍ୱରେ ଥିବା ବବି ଦାସଙ୍କୁ ଜଣାଇଦେଲେ। ମାନସ ମଙ୍ଗରାଜ ଓ ରଘୁନାଥ ସାହୁଙ୍କ ମଧ୍ୟରେ କଂଗ୍ରେସରୁ ବିଵାଦ ଲାଗିରହିଥିଲା। ଦଳ ପଞ୍ଚାୟତ ପ୍ରତିନିଧିମାନଙ୍କୁ ବୁଝାଇ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କଲା କିନ୍ତୁ ବିଜେପି ପ୍ରାର୍ଥୀ ପୃଥିରାଜ ହରିଚନ୍ଦନ 4566 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହେଲେ। ନିଜର ପରାଜୟକୁ ସହ୍ୟ କରିପାରିଲେ ନାହିଁ ରଘୁନାଥ ସାହୁ, ସିଧାସଳଖ ଦାୟୀ କଲେ ସାଂସଦ ମାନସ ମଙ୍ଗରାଜ ଓ ବବି ଦାସଙ୍କୁ ।
ସାଂସଦ ମାନସ ମଧ୍ୟ କିଛି କର୍ମକର୍ତାଙ୍କୁ ଡାକି ନିଜ ସପକ୍ଷରେ ସଫେଇ ଦେଲେ । ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସଂପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ ହେଲା ବେଳେ ଚିଲିକା ସେଥିରୁ ବାଦ ପଡ଼ିଲା । ଗତ 12 ନଭେମ୍ବରରେ ବିଜେଡିର ରାଜ୍ୟ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଓ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ଭୁଷଣ ବଳବନ୍ତରାୟ ଶଙ୍ଖ ଭବନକୁ ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ଓ ପୂର୍ବତନ ବିଧାୟକ ରଘୁନାଥ ସାହୁ ଏବଂ କିଛି କର୍ମକର୍ତ୍ତାଙ୍କୁ ଡାକି ସାଂଗଠନିକ କାର୍ଯ୍ୟକ୍ରମ କରିବାକୁ ଆଲୋଚନା କରିଥିଲେ କିନ୍ତୁ କିଛି ସୁଫଳ ହେଲା ନାହିଁ । ଆଲୋଚନା ଚିଲିକା ନିର୍ବାଚନ ମଣ୍ଡଳୀରେ ହେବ ସମସ୍ତଙ୍କ ଆଗରେ ହେବ କହି କର୍ମକର୍ତା ମାନେ ଜିଦ୍ କଲେ । ବିବାଦର ସମାଧାନ ପାଇଁ ଆସନ୍ତା କାଲି ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ଭୁଷଣ ବଳବନ୍ତରାୟ ଚିଲିକା ଆସିବେ । ଅପରପକ୍ଷରେ ବିଜେଡିର ଦଳିୟ ଗୋଷ୍ଠୀ କନ୍ଦଳ ଯୋଗୁ ବିଜେପି ଲାଭ ଭଠାଉଛି ବୋଲି ଚର୍ଚା ହେଉଛି ।
No Result
View All Result