No Result
View All Result
୧୪ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :- ଟାଟା ଷ୍ଟିଲ୍ ଓ ପଠାଣି ସାମନ୍ତ ପ୍ଲାନେଟୋରିଅମ୍ ଙ୍କ ମିଳିତ ଉଦ୍ୟମରେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଓଡ଼ିଶାର ଶ୍ରେଷ୍ଠ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଉକ୍ତ ୨୦ ଜଣଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲାର ଜଣେ ଛାତ୍ର ମଦନ ମୋହନ ମିଶ୍ର ସ୍ଥାନ ପାଇଛନ୍ତି, ଯେକି ନୂଆଗାଁ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଚାହାଳି ସ୍ଥିତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ।
ପ୍ରକାଶ ମୁତାବକ ଉକ୍ତ ୨୦ ଜଣ ଛାତ୍ରଛାତ୍ରୀ ବାଙ୍ଗାଲୋର ସ୍ଥିତ ଇସ୍ରୋ ମହାକାଶ ଗବେଷଣା କେନ୍ଦ୍ରକୁ ଆସନ୍ତା ମଇ ମାସରେ ପରିଭ୍ରମଣର ଯିବେ । ଆଜି ଜନଶକ୍ତି ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତାଙ୍କ ଓ ବିଜ୍ଞାନ ଶିକ୍ଷକଙ୍କ ଗହଣରେ ନୟାଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସାହୁ କୃତିତ୍ଵ ଅର୍ଜନ କରିଥିବା ମଦନମୋହନ ମିଶ୍ରଙ୍କୁ ସମ୍ମାନୀତ କରିଥିଲେ ।

No Result
View All Result