No Result
View All Result
୧୩ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ :- ଦୀର୍ଘ ୫ ବର୍ଷ ଧରି ନୟାଗଡ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ନିର୍ମାଣ ଶ୍ରମିକଙ୍କୁ ପରିଚୟପତ୍ର ମିଳୁନି,ମୃତ୍ୟୁକାଳୀନ ସହାୟତା,ଝିଅ ବିବାହ,ପାଠପଢା ସହାୟତା ମିଳୁନାହିଁ | ଅଣସଂଗଠିତ ଶ୍ରମିକଙ୍କ ମୃତ୍ୟୁ ସହାୟତା,ପରିଚୟପତ୍ର ଆଦି ପ୍ରଦାନ କରାଯାଉନାହିଁ | ଜିଲ୍ଲା ଶ୍ରମ ଅଧିକାରୀ ଅଫିସ୍ ଆସୁନାହାନ୍ତି | ଅଫିସ୍ ଭିତରେ ଘୋର ଅନୀୟମିତତା ଲାଗିରହିଛି | ବହୁ ଆନ୍ଦୋଳନପରେ ଗତ ୨୭/୧୦/୨୦୨୨ରିଖଦିନ ପ୍ରାୟ ୮ଶହ ଶ୍ରମିକ,ହିତାଧିକାରୀ,ଶ୍ରମିକ ସଂଗଠନ କର୍ମକର୍ତା ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତ,ଜିଲ୍ଲା ଶ୍ରମ ଅଧିକାରୀ ଏବଂ ଗ୍ରାମାଞ୍ଚଳ ଶ୍ରମ ନିରୀଖ୍ୟକ ଏବଂ ପୋଲିସ୍ ବନ୍ଧୁମାନଙ୍କ ଉପସ୍ଥିତିରେ ଆସନ୍ତା ୧ମାସ ମଧ୍ୟରେ ସମସ୍ତ ସହାୟତା ପ୍ରଦାନ ସହ ମାସକୁ ୧ହଜାର ଲେଖାଏଁ ନିର୍ମାଣ ଶ୍ରମିକ ପରିଚୟପତ୍ର ପ୍ରଦାନ କରିବାକୁ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରିଥିଲେ |
ମାତ୍ର କୌଣସି ସୁଫଳ ନ ମିଳିବାରୁ ଶ୍ରମିକ ନେତା ବସୁଦେବ ମହାନ୍ତି ଏବଂ ଶ୍ରୀକାନ୍ତ ପଟ୍ଟନାୟକ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି | ଅନଶନକୁ ସମାଜସେବୀ ପ୍ରଭାସିନୀ ନନ୍ଦ,ପ୍ରମୋଦ ପଟ୍ଟନାୟକ,ବରିଷ୍ଠ ସି.ଆଇ. ଟି.ୟୁ.ନେତା ବିଶ୍ବନାଥ ମହାପାତ୍ର,କଂଗ୍ରେସ ଜିଲ୍ଲା ସଭାପତି ରଣଜିତ ଦାସ,ଆଶାକର୍ମୀ ସଂଘ,ପାଚିକା ସହାୟିକା ସଂଘ,ଜିଲ୍ଲାର ୧୬ଟି ଶ୍ରମିକ ସଂଗଠନ ପ୍ରମୁଖ ସମର୍ଥନ କରିଛନ୍ତି |

No Result
View All Result