୧୧ ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ରଣପୁର :- ମା ମଣିନାଗଙ୍କର ପୀଠରେ ରବିବାର ଦିନ ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ରଣପୁର ୧୯୭୭ ମ୍ୟାଟ୍ରିକ ବ୍ୟାଚ୍ ବନ୍ଧୁ ମାନଙ୍କ ର ବାର୍ଷିକ ମିଳନ ଉତ୍ସବ ମହାସମାରୋହରେ ପାଳିତ ହୋଇଅଛି । ଏଥିରେ ସମସ୍ତ ବନ୍ଧୁ ମାନେ ଏକତ୍ରିତ ହୋଇ ପୂରାତନ ସ୍ମୃତି କୁ ଉଦଜୀବିତ କରି ଏହାର ଆନନ୍ଦ ଉପଭୋଗ କରିଥିଲେ ।
ବନ୍ଧୁ ମାନଙ୍କ ସହ କିଛି ଖୁସିର ମୁହୂର୍ତ୍ତ ଉପଭୋଗ କରିବା ସହ ସାଙ୍ଗ ସାଥୀ ଗହଣ ରେ ଯଦି କେହି ଅସୁସ୍ଥ ହୁଅନ୍ତି କିମ୍ବା ଅସୁବିଧା ଭୋଗ କରନ୍ତି ତାଙ୍କୁ ସହାୟତା ହାତ ବଢ଼ାଇବା ପାଇଁ ସମସ୍ତେ ଶପଥ ଗ୍ରହଣ କଲେ । ସନ୍ତୋଷ ପ୍ରହରାଜ ଓ ଶ୍ରୀକାନ୍ତ ମିଶ୍ର ଏହି ବନ୍ଧୁ ମିଳନ ସମାରୋହରେ ସଭାପତିତ୍ବ କରିଥିଲେ ।
ସଭାକାର୍ଯ୍ୟ ପରେ ମଧ୍ୟାହ୍ନ ଭୋଜନର ଆୟୋଜନ ମଧ୍ୟ କରାଯାଇଥିଲା । ସୂର୍ଯ୍ୟ ନାରାୟଣ ମହାପାତ୍ର ଙ୍କ ନେତୃତ୍ବରେ ଏହି ବନ୍ଧୁ ମିଳନ ସମାରୋହଟି ଅନୁଷ୍ଠିତ ହୋଇଥିଲା ୧୯୭୭ ମସିହାର ସମସ୍ତ ବନ୍ଧୁ ମାନେ ଏକତ୍ରିତ ଯୋଗ ଦେଇଥିଲେ । ତତପରେ ସୂର୍ଯ୍ୟ ନାରାୟଣ ମହାପାତ୍ର ସମସ୍ତ ବନ୍ଧୁ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଉକ୍ତ ସମାରୋହଟିକୁ ସମାପ୍ତ କରିଥିଲେ ।















