No Result
View All Result
୦୫ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସ୍ଥିତ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରେ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ହୋଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ଗିରିଶ କୁମାର ମହାନ୍ତି, ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଅଧିକାରୀ ଡ଼ା.ସୁଶାନ୍ତ ରଞ୍ଜନ ଦାଶ, ଉପ ନିର୍ଦ୍ଦେଶକ ପ୍ରକଳ୍ପ ଜଳ ଛାୟା ବିଭାଗୀୟ ଅଧିକାରୀ ଶ୍ରୀ ସୁରେଶ କୁମାର ପଟ୍ଟନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀମତି ଲିସା ବେହେରା, କୃଷି ବିଜ୍ଞାନ କେନ୍ଦ୍ର ଆର୍.ଉଦୟଗିରି ବରିଷ୍ଠ ବୈଜ୍ଞାନିକ ଡଃ.ସଂଗ୍ରାମ ପରମଗୁରୁ,
ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା.ରମାକାନ୍ତ ରଣା, କୃଷି ଅଧିକାରୀ ଆର୍.ଉଦୟଗିରି ଶ୍ରୀ ସୁରେନ୍ଦ୍ର କୁମାର ସାହୁ,ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଇରନୀୟସ୍ ପ୍ରଧାନ ଯୋଗଦେଇଥିଲେ । ଆୟୋଜିତ ସଭାରେ ମୃତ୍ତିକା ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ଉପସ୍ଥିତ ଚାଷୀଙ୍କୁ ଦିଗ୍ ଦର୍ଶନ ଦିଆଯାଇଥିଲା । ମୃତ୍ତିକାର ସୁରକ୍ଷା, ମୃତ୍ତିକାର ସ୍ଵାସ୍ଥ୍ୟକାର୍ଡ ଆବଶ୍ୟକତା, ବିନିଯୋଗ ମୃତ୍ତିକା ସଂରକ୍ଷଣ ଏବଂ ମୃତ୍ତିକା ପରୀକ୍ଷା ଉପରେ ବିବରଣୀ ପ୍ରଦାନ କରାଯାଇଥିଲା । ଏହି ସବୁକୁ ସଠିକ୍ ଭାବେ କାର୍ଯ୍ୟକାରୀ କରି ଚାଷୀମାନେ କିଭଳି ଭାବେ ଅଧିକରୁ ଅଧିକ ଶସ୍ୟ ଉତ୍ପାଦନ କରିପାରିବେ ସେ ସଂପର୍କରେ ଆଲୋଚନା କରଯାଇଥିଲା ।
ଏହି ଅବସରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରରେ ଜିଲ୍ଲାର ସମସ୍ତ ବ୍ଲକର କୃଷି ଅଧିକାରୀ, ବିଭିନ୍ନ ପଞ୍ଚାୟତର ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟାଳୟର ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ପ୍ରିୟର୍ଶିନୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

No Result
View All Result