No Result
View All Result

ପୁରୀ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଚଳିତ ପର୍ଯ୍ୟାୟରେ ମାଲକାନଗିରି,କୋରାପୁଟ,ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ସୋନପୁର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଏବଂ କନ୍ଧମାଳ ଜିଲ୍ଲାର ପ୍ରାୟ ୯ ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଜିଲ୍ଲା ପ୍ରଶାସନ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA), ପୋଲିସ ପ୍ରଶାସନ,

ସ୍ୱାସ୍ଥ୍ୟ ବିଭାଗ ଏବଂ ଅଗ୍ନିଶମ ବିଭାଗର ସହଯୋଗରେ ପର୍ଯ୍ୟଟନ ବିଭାଗର ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ପ୍ରଥମ ପର୍ଯ୍ୟାୟ ସୁରୁଖୁରୁରେ ସମ୍ପନ୍ନ ହୋଇଛି । ସମସ୍ତ ଙ୍କ ସହଯୋଗ ରେ ମହାପ୍ରଭୁଙ୍କ ଦର୍ଶନ ଶ୍ରଦ୍ଧାଳୁ ମାନେ ଅତି ଶୃଙ୍ଖଳିତ ଭାବେ କରିଥିବାରୁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ସମସ୍ତ ବ୍ୟବସ୍ଥା ସୁନ୍ଦର ଶୃଙ୍ଖଳିତ ଓ ଦର୍ଶନ ଅତି ସୁନ୍ଦର ଭାବେ ହୋଇ ଥିବାରୁ ବିଭିନ୍ନ ଜିଲ୍ଲା ରୁ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିବା ଶ୍ରଦ୍ଧାଳୁ ମାନେ ଜିଲ୍ଲାପାଳ ଓ ପ୍ରଶାସନ କୁ କୃତଜ୍ଞତା ଜଣାଇଥିଲେ।ଏହି ଦର୍ଶନ କାର୍ଯ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ସୁଶାନ୍ତ କୁମାର ପତି, ଉପ ଜିଲ୍ଲାପାଳ ରାଜ କିଶୋର ଜେନା,

ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା,ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ରୂପେଶ ରାଉତ, ଦେବସ୍ମିତା ମହାନ୍ତି,କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଓଏସଆରଟିସିର ମ୍ୟାନେଜର ତପସ୍ବିନୀ ଭଟ୍ଟ ପ୍ରମୁଖ ଶ୍ରଦ୍ଧାଳୁ ମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ରେ ସହଯୋଗ କରିଥିଲେ ।

No Result
View All Result