No Result
View All Result

ଛବା ରାଲିରେ ଯୋଗଦେଲେ ମାନ୍ୟବର ବାଚକୂଳି ଓ ସାଂସଦ
ରଣପୁର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ରଣପୁର ବିକ୍ଷାଂପିତ ଅଞ୍ଚଳ ପରିଷଦ ତରଫରୁ ଆଜି ସ୍ତଚ୍ଛତା ହିଁ ସେବା ୨୦୨୬ ର ଉଦଯାପନୀ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି ଉକ୍ତ କାର୍ଯକ୍ରମ ରେ ଓଡିଶା ବିଧାନ ସଭା ର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ପୁରୀ ଲୋକସଭା ସାଂସଦ ଶ୍ରୀଯୁକ୍ତ ସଂବିତ ପାତ୍ର ଅତିଥ୍ ଭାବେ ଯୋଗ ଦେଇ ରଣପୁର ଡାକ୍ତର ଖାନା ପରିସରରେ ଏକ ଶୌଚାଳୟ ଉଦଘା | ଟନ କରି ସେଠାରେ ଉପସ୍ଥିତ ସମସ୍ତ ଙ୍କ ସହ ମିଶି ନିଜେ ମିଳିତ ସଫେଇ କରିଥିଲେ ।

ପରେ ପରେ ବିକ୍ଷାଂପିତ ଅଞ୍ଚଳ ପରିଷଦ ତରଫରୁ ପଞ୍ଚୁ ଦୋଳ ପଡିଆ ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ସ୍ଵଛତା ରାଲିରେ ସାମିଲ ହୋଇଥିଲେ । ଏଥିରେ ପରିଷଦ ର ଅଧକ୍ଷ୍ୟା ଶ୍ରୀମତୀ ରଙ୍ଗୀନ ମହାନ୍ତି, ସମସ୍ତ କାଉନସିଲର, ସ୍ଥାନୀୟ ତହସିଲଦାର ଶ୍ରୀଯୁକ୍ତ ଆର୍ଯ୍ୟ କୁମାର ସର୍ବ ଦମନ, ସ୍କୁଲ ଛାତ୍ର ଛାତ୍ରୀ, ସମସ୍ତ ସଫେଇ ମିତ୍ର, ସ୍କନ୍ଥ ସାଥ୍, ସ୍କନ୍ଥ କର୍ମୀ,

SHG ର ସଭ୍ୟା, ସ୍ଥାନୀୟ ବୁଦ୍ଧିଜିବୀ, ପରିଷଦ କର୍ମଚାରୀ, ଅଙ୍ଗନୱାଡି କର୍ମଚାରୀ ଉପସ୍ଥିତ ରହି ପ୍ଲାଷ୍ଟିକ ମୁକ୍ତ ରଣପୁର ପାଇଁ ଜନ ସଚେତନତା ସୃଷ୍ଟି କରିଥିଲେ । ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ଵମ୍ଭର ମହାପାତ୍ର ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ କନିଷ୍ଠ ପରିମଳ ବିଶେଷଙ୍ଗ ସୁଜିତ କୁମାର ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।

No Result
View All Result