୦୨ ଡିସେମ୍ବର ଶୁକ୍ରବାର (ଓଡ଼ିଶା ତାଜା ନ୍ୟୁଜ ) ପୁରୀ :- ପୁରୀ ଜିଲ୍ଲାକୁ ଏଡସ୍ ମୁକ୍ତ କରିବାକୁ ଶପଥ ହୋଇଛି। ଜିଲ୍ଲା ପ୍ରଶାସନ, ଶ୍ରୀଜଗନ୍ନାଥ ମେଡିକାଲ କଲେଜ , ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ର ମିଳିତ ସହଯୋଗରେ ବାଲିଗୁଆଳିସ୍ଥ ମେଡିକାଲ କଲେଜ ର ସମ୍ମିଳନୀ କକ୍ଷରେ ଏହି ବିଶ୍ଵ ଏଡସ୍ ଦିବସ ପାଳନ ଉତ୍ସବ କୁ କଲେଜ ର ଡିନ୍ ତଥା ଅଧ୍ୟକ୍ଷା ପ୍ରଫେସର ମାୟା ପାଢ଼ୀ,ସୁପରିଟେଣ୍ଡେଣ୍ଟ ପ୍ରଫେସର କୌଶିକ ମିଶ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଜାତା ମିଶ୍ର ମିଳିତଭାବେ ଉଦଘାଟନ କରିଛନ୍ତି।
ଏକ ଶୃଙ୍ଖଳିତ ଯୌନ ଜୀବନ, ପବିତ୍ର ଜୀବନ ଶୈଳୀ ଓ ପୃଷ୍ଟିକର ଖାଦ୍ୟ-ପେୟ ସହ ସମଲିଙ୍ଗ ଯୌନ ସଂପର୍କ,ଲିଭିଙ୍ଗ ଟୁଗେଦର ଜନିତ ବିପଦ ବିଶେଷକରି ଏଡ଼ସ ର ଭୟାବହତା ଉପରେ ସମସ୍ତେ ସତର୍କ ରହିବାକୁ ଅତିଥିମାନେ ସମବେତ ଶ୍ରୋତା-ଦର୍ଶକଙ୍କୁ ସଂକଳ୍ପ କରାଇଥିଲେ।ଏହି ଉତ୍ସବରେ ଡାକ୍ତର ଲଲାଟେନ୍ଦୁ ମିଶ୍ର, ଡାକ୍ତର ପ୍ରଣବ ରଞ୍ଜନ ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସାମାଜିକ କର୍ମୀ ତଥା କଥାକାର ବଦ୍ରି ମିଶ୍ର, ଡାକ୍ତର ଲଲାଟେନ୍ଦୁ ସ୍ବାଇଁ.,ଡାକ୍ତର ଗିରିଜା ଶଙ୍କର ରଥ,
ପ୍ରଶାସିକା ଇନ୍ଦ୍ରାଣୀ ସାହୁ, ଡାକ୍ତର ନରହରି ମିଶ୍ର ଅତିଥି ଭାବେ ଯୋଗଦେଇ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ଏଡସ୍ ସଂକ୍ରମଣ କାରଣ କୁ ପ୍ରତିଟି ନାଗରିକକୁ ଜଣାଇ ସତର୍କ ରଖିବାକୁ ମତବ୍ୟକ୍ତ କରିଥିଲେ। ଏଡ଼ସ ଦିବସ ଉପଲକ୍ଷେ ଶରଧାବାଲି ଠାରେ ହ୍ୟୁମାନ ଚେନ୍ ଓ ସଚେତନତା ରାଲି କରାଯାଇଥିବା ବେଳେ, ଅପରାହ୍ନ ରେ ଏଡସ୍ ସଂପର୍କିତ କୁଇଜ୍ ପ୍ରତିଯୋଗିତା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ କରୋନା ପରିଚାଳନା ରେ ଉଲ୍ଲେଖନୀୟ ଅବଦାନ ପାଇଁ ଏଚସିଟିଏସ୍ ର ଜିଲ୍ଲା ନୀରିକ୍ଷକ ଦୁଃଖିଶ୍ୟାମ ପଟ୍ଟନାୟକଙ୍କୁ ଡିନର ମାୟା ପାଢ଼ୀ ଓ ମୁଖ୍ୟ ଚିକିତ୍ସାଧିକାରୀ ସୁଜାତା ମିଶ୍ର ସମ୍ବର୍ଦ୍ଧିତ କରିଥିଲେ।














