୦୧ ଡିସେମ୍ବର ଗୁରୁବାର (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ଗଜପତି ଆର,ଉଦୟଗିରି ମହେନ୍ଦ୍ରତନୟା ଉର୍ଚ ମାଧ୍ୟାମିକ ବିଦ୍ୟାଳୟରେ ବିଶ୍ବ ଏଡସ ଦିବସ ଗୁରୁବାର ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଭାରତୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ସ୍ଥାନୀୟ ଡାକ୍ତର ଏବଂ ବିପିଏମ୍ ବି ଆର ରାଓ ,
ଶଶିଦେଦୀ ଶବର P H E, O YOUTH ରେଡକ୍ରସ୍ କାଉଁସିଲର ସୁମନ୍ତ କୁମାର ବେହେରା ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନଙ୍କୁ ଏଡସ ରୋଗର କାଳଣ ଏବଂ ନିରାକରଣ ବିଷୟରେ ସମସ୍ତେ ସଚେତନତା କରାଇଥିଲେ । ପରେ ପରେ ଏଡସ୍ ସଂମ୍ଭନ୍ଧିତ ଏକ କଲେଜ ( କୁଇଜ୍ ) ପ୍ରତିଯୋଗୀତା କରାଯାଇ କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ପୁରକୁତ କରାଯାଇଥିଲା ।
ପରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ରାଲି ବିଦ୍ୟାଳୟ ପରିଷରକୁ ବାହାରି ଏଡସ୍ ସମ୍ଭବତ ସ୍ଲୋଗାନ୍ ଦେଇ ସହର ପରିକ୍ରମା କରିଥିଲେ । ଦ୍ବିତୀକୃଷ୍ଣ ପ୍ରଧାନ (D.O) ଏବଂ YRC କାଉଁସିଲର୍ ସୁମନ୍ତ କୁମାର ବେହେରା ଉପସ୍ଥିତ ରାଲିକୁ ପରିଚାନା କରିଥିଲେ ।














