No Result
View All Result
୨୯ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ମେକ୍ ଇନ୍ ଓଡିଶା କନକ୍ଳେଭ-୨୦୨୨ରେ ଯୋଗ ଦେବାକୁ ଆସିଥିବାରୟାଲ ନରଓ୍ୱେର ରାଷ୍ଟ୍ରଦୂତ ହାଂସ ଜାକୋବ ଫ୍ରିଡେନଲ୍ୟୁଣ୍ଡ, ନରୱେର ସଂମ୍ମାନସ୍ପଦ ବାଣିଜ୍ୟଦୂତ ନାୟତରା ପାଲ ଚୌଧୁରୀ, ଦ୍ଵିତୀୟ ସଚିବ ଜୋହନ ଥୋମାସ ଜେରକମ ଆଜି ସଂଧ୍ୟାରେ ଲୋକସେବା ଭବନ ଠାରେ ଓଡିଶାର ମାନ୍ୟବର ଶିଳ୍ପ, ଅଣୁ,କ୍ଷୁଦ୍ର ଓ ମଧ୍ୟମଉଦ୍ୟୋଗତଥା ଶକ୍ତିମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବଙ୍କୁ ସାକ୍ଷାତ କରିଛନ୍ତି କ୍ଷ ଏହି ସାକ୍ଷାତ ସୌଜନ୍ୟ ମୂଳକ ଥିଲା । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ଦେବ ଅତିଥିମାନଙ୍କୁ ଆମ ରାଜ୍ୟରେ ଥିବା ଶିଳ୍ପାନୁକୂଳ ବାତାବରଣ ସଂପର୍କରେ ଅବଗତ କରାଇଥିଲେ । ସେ କହିଥିଲେ ଯେ, ଓଡିଶାର ସୁଦୀର୍ଘ ସାମୁଦ୍ରିକ ବେଳାଭୂମି,ଖଣିଜ ସଂପଦ, ଜଳ ସଂପଦ, ଶକ୍ତି ଉତ୍ପାଦନ କ୍ଷେତ୍ର, ପର୍ୟ୍ୟଟନ ବିଭବ ଆଦି ସାଙ୍ଗକୁ ଏହାର ପ୍ରାଚୀନ ସାଂସ୍କୃତିକ ଐତିହ୍ୟ ରହିଛି । କୃଷି କ୍ଷେତ୍ରରେ ଖାଦ୍ୟ ପ୍ରକ୍ରିୟାକରଣ ଓ ରସାୟନ କ୍ଷେତ୍ରରେ ମଧ୍ୟ ସୁବିଧା ରହିଛି । ଏହି ଦୃଷ୍ଟିରୁ ଓଡିଶାରେ ବିଭିନ୍ନ ଶିଳ୍ପ ଗଢିଉଠିଛି ଓ ଆଗାମୀ ଦିନରେ ଅଧିକରୁ ଅଧିକ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରି ନିଯୁକ୍ତି ସୁଯୋଗ ସୃଷ୍ଟି ମଧ୍ୟ ଆମର ଲକ୍ଷ୍ୟ ରହିଛି । ନରୱେ ମେକ୍ ଇନ୍ ଓଡିଶା-୨୦୨୨ ଆୟୋଜନର ଅନ୍ୟତମ ଅଂଶୀଦାର ହୋଇଥିବା ବେଳେ ଆଗାମୀ ଦିନରେ ଓଡିଶାରେ ଥିବା ଶିଳ୍ପାନୁକୂଳ ବାତାବରଣକୁନରୱେ ଦେଶ ତରଫରୁ ସ୍ୱତନ୍ତ୍ର ଭାବେ ପ୍ରତିନିଧି ଆସିଭଲଭାବେ ଅନୁଧ୍ୟାନ କରିବାକୁ ମନ୍ତ୍ରୀ ଶ୍ରୀ ଦେବ ଅତିଥିମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।ନରୱେ ତରଫରୁବିଶେଷ କରି ବିଭିନ୍ନ କ୍ଷେତ୍ର ସହିତ ଓଡିଶାରେ ରହିଥିବା ଅକ୍ଷୟ ଶକ୍ତିର ବିକାଶ, ମହିଳା ଓ ଶିଶୁ ବିକାଶ, ଧାବତ ଓ ଖଣିଜ ସଂପଦ ପ୍ରଭୃତି କ୍ଷେତ୍ରରେ ରହିଥିବା ସୁଯୋଗ ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ସାକ୍ଷାତ ସମୟରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ଥିଲେ । ଓଡିଶା ତରଫରୁ ମନ୍ତ୍ରୀ ଶ୍ରୀ ଦେବ ନରୱେ ରାଷ୍ଟ୍ରଦୂତଙ୍କୁ ରୂପା ତାରକସୀ କାରୁକାର୍ୟ୍ୟର ଏକ କୋଣାର୍କ ଚକ୍ର ପ୍ରଦାନ କରିବା ସହିତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
No Result
View All Result