No Result
View All Result
୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ଆମବାହାଲି ଗ୍ରାମର ଜଣେ ନାବାଳକ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ବାପା ମିନିକେତନ ମାଝୀ ଏବଂ ମାଁ ଙ୍କ କହିବା ଅନୁସାରେ ପୁଅ ପରକ୍ଷିତ ମାଝୀ (୧୭) ଗତ କିଛି ମାସ ତଳେ ବାହାର ରାଜ୍ୟକୁ ଯାଇଥିଲେ ସେଠାରେ ତାଙ୍କୁ ପ୍ରଥମେ ଜ୍ୱର ହୋଇଥିଲା ଚିକିତ୍ସା ପରେ ଠିକ ହୋଇଥିଲେ କିନ୍ତୁ ସେ ମାନସିକ ରୋଗର ଶିକାର ହୋଇଥିଲେ । ବଡ ଭାଇ ତାଙ୍କୁ ଘରକୁ ଆଣି ଛାଡ଼ିଦେଲା ପରେ ପରିବାର ଲୋକ ଡାକ୍ତରଖାନାରେ ପୁଅର ଚିକିତ୍ସା କରେଇଥିଲେ । ଶନିବାର ସକାଳୁ ମୃତକଙ୍କ ମାଁ ଚା ଏବଂ ପିଠା ଖାଇବାକୁ ଦେଇଥିଲେ ପୁଅକୁ ସେ ଖାଇସାରିଲା ପରେ ପାଖରେ ଥିବା ତାଙ୍କର ଆଉଗୋଟିଏ ଘରକୁ ଜାଇ ସେଇଠି କୀଟନାଶକ ପିଇ ଦେଇ ତଳେ ପଡ଼ିଥିଲେ ।
ପରିବାର ଲୋକେ ତାକୁ ପଚାରିବାରୁ କିଛି କହି ନ ଥିଲା କିନ୍ତୁ ତାର ପେଣ୍ଟ ପକେଟରେ କୀଟନାଶକ ବୋତଲ ପାଇଥିଲେ ପରିବାର ଲୋକ । ପରେ ଘରଲୋକ ଏନେଇ ଜାଣିବା ସମୟରେ ସେ ଅତ୍ୟନ୍ତ ଗୁରୁତର ହୋଇ ପଡିଥିଲା। ତୁରନ୍ତ ତାକୁ ଖପ୍ରାଖୋଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏନେଇ ଲାଠୋର ଥାନା ପୁଲିସକୁ ସୂଚନା ଦେବା ପରେ ଏଏସ ଆଇ ଯତୀନ୍ଦ୍ର କୁମାର ବଢ଼େଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରି ଶବର ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ଏନେଇ ଲାଠୋର ଥାନା ୟୁ ଡି କେସ ନଂ ୩/୨୦୨୪ ରେ ଏକ ଅପମୃତ୍ୟୁ ମାମଲା ୠଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାଯାଇଛି । ନାବାଳକ ଜଣକ ଆତ୍ମହତ୍ୟା ପଛରେ କଣ କାରଣ ଅଛି ତାହା ଜଣାପଡୁ ନାହିଁ।
No Result
View All Result