No Result
View All Result
୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ବୃତ୍ତଙ୍ଗ କୂଳରେ ପ୍ରକଳ୍ପ ଥାଇ ଲୋକଙ୍କୁ ମିଳୁନି ପାଣି । ମୋଟର ଚାଲୁଛି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି ପାଣି ମୁନ୍ଦେ । ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଗ୍ରାମବାସୀ ଡହଳବିକଳ ହେଉଛନ୍ତି। ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ କୁଲୁରୁକୁମ୍ପା ପଞ୍ଚାୟତର ଗୁରହା ପ୍ରକଳ୍ପରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଅଧିବାସୀଙ୍କ ଅଭିଯୋଗ ଅନୁଯାୟୀ, ବୃତ୍ତଙ୍ଗ ନଦୀକୂଳରେ ପ୍ରକଳ୍ପ ନିର୍ମାଣ ହୋଇଛି।
ହେଲେ ଗତ ୨ ମାସ ହେଲାଲୋକମାନେ ପାଣି ପାଇଁ ନାନା ସମସ୍ୟା ଭୋଗୁଛନ୍ତି। ମୋଟର ଚାଲୁଛି ସତ,ପ୍ରେସର୍ କମ୍ ଦିଆଯାଉଥିବା ହେତୁ ଲୋକଙ୍କ ନିକଟରେ ପାଣି ପହଞ୍ଚିପାରୁନି। ଦାୟିତ୍ବରେ ଥିବା ସଞ୍ଜୟ ମାଝିଙ୍କୁ କହିଲେ, ପ୍ରେସର ଦେଲେ ପାଇପ୍ ଫାଟିଯିବା ନେଇ ଜେଇ କହିଥିବା କହି କଥାକୁ ଏଡ଼ାଇ ଯାଉଥିବା ଅଭିଯୋଗ ଆଣିଛନ୍ତି। ସରପଞ୍ଚ ଏବଂ ଜେଇଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ଵେ କୌଣସି ସୁଫଳ ମିଳୁନି ।
ଏସମ୍ପର୍କରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ମନୋଜ କୁମାର ସେଠୀ କହିଛନ୍ତି, ଏହାର ଦାୟିତ୍ବରେ ଅନ୍ୟଜଣେ ଯନ୍ତ୍ରୀ ରହିଛନ୍ତି। ହେଲେ ଏହାର ଅଭିଯୋଗ ଆସିଥିଲା। ଗୋଟିଏ ସ୍ଥାନରେ ପାଇପ୍ ଲିକେଜ୍ ରହିବା ସହ କିଏ ଜଣେ ପାଇପ୍ କଣାକରି ପାଣି ନେଉଥିବା ଜଣାପଡ଼ିଛି । ଏସମ୍ପର୍କରେ ଆସନ୍ତାକାଲି ଦେଖାଯିବ ବୋଲି କହିଛନ୍ତି ।
No Result
View All Result