୨୫ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ଅହରହ ପ୍ରଚେଷ୍ଟା ଜାରି ରଖିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଦଶପଲ୍ଲା ,ନୂଆଗାଁ ଏବଂ ଗଣିଆ ବ୍ଲକ୍ କୁ ନେଇ ଗଠିତ।ଅଧିକାଂଶ ଅଞ୍ଚଳ ଦୁର୍ଗମ ଅଞ୍ଚଳ।ତେଣୁ ଦୁର୍ଗମ ଅଞ୍ଚଳର ଲୋକମାନଙ୍କୁ ମୋବାଇଲ ସେବା ଯୋଗାଇଦେବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ଦଶପଲ୍ଲା ବିଧାୟକ।ଯାହାକି ବିଧାନସଭା ଶୀତ କାଳୀନ ଅଧିବେଶନରେ ପ୍ରଶ୍ନ ସଂଖ୍ୟା ୫ ରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶପଲ୍ଲା ,ନୂଆଗାଁ ଓ ଗଣିଆ ତିନୋଟି ବ୍ଲକ୍ ର କେଉଁ କେଉଁ ପଞ୍ଚାୟତ କେଉଁ କେଉଁ ଗ୍ରାମରେ ନୂତନ ମୋବାଇଲ ଟାୱାର ପ୍ରତିଷ୍ଠା କରିବା ପାଇଁ କେଉଁ କେଉଁ ସରକାରୀ ଓ ବେସରକାରୀ ସଂସ୍ଥା ଦ୍ଵାରା ପ୍ରସ୍ତାବିତ ବା ସ୍ଥିରୀକୃତ ହୋଇଅଛି ତତ୍ ସମ୍ବନ୍ଧୀୟ ସବିଶେଷ ତଥ୍ୟ ପ୍ରଦାନ ଏବଂ ଉକ୍ତ ସ୍ଥାନରେ ମୋବାଇଲ ଟାୱାର ପ୍ରତିଷ୍ଠା କରିବା ପାଇଁ ସ୍ବତନ୍ତ୍ର ସର୍ଭେ ଓ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ତାହାର ସବିଶେଷ ତଥ୍ୟ ପ୍ରଦାନ ପାଇଁ ଏଲେଟ୍ରୋନିକ୍ସ୍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଙ୍କୁ ପ୍ରଶ୍ନ କରିଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ।
ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶପଲ୍ଲା,ନୂଆଗାଁ,ଓ ଗଣିଆ ତିନୋଟି ବ୍ଲକ୍ ର ୧୬୬ ଟି ଗ୍ରାମରେ ନୂତନ ମୋବାଇଲ ଟାୱାର ପ୍ରତିଷ୍ଠା ପାଇଁ ବି ଏସ ଏନ୍ ଏଲ ଏବଂ ରିଲାଏନ୍ସ ଜିଓ ଦ୍ଵାରା ଯୋଜନା କରାଯାଇଛି।୪ଜି ପରିପୂର୍ଣ୍ଣତା ପ୍ରକଳ୍ପ ରେ ୯୨ ଟି ସ୍ଥାନରେ ବି ଏସ ଏନ୍ ଏଲ ଦ୍ଵାରା ୪ ଜି ସେବା ଏବଂ ଜିଓ ବିସ୍ତାର ଯୋଜନାରେ ରିଲାଏନ୍ସ ଜିଓ ଦ୍ଵାରା ୭୪ ଟି ସ୍ଥାନରେ ମୋବାଇଲ ଟାୱାର ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି।ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିନୋଟି ବ୍ଲକ୍ ର ୧୬୬ ଟି ଗ୍ରାମରେ ମୋବାଇଲ ଟାୱାର ପ୍ରତିଷ୍ଠା କରିବା ପାଇଁ ସର୍ଭେ ସ୍ଥିତି ଏବଂ ଜମି ଅଧିଗ୍ରହଣ ସ୍ଥିତି ସର୍ଭେ କରାଯାଇଛି। ଏତଦବ୍ୟତୀତ ୪ଜି ପରିପୂର୍ଣତା ପ୍ରକଳ୍ପ ଅନ୍ତର୍ଗତ ଚିହ୍ନିତ ସ୍ଥାନରେ ଡିସେମ୍ବର ୨୦୨୩ ସୁଦ୍ଧା ମୋବାଇଲ ସେବା ପ୍ରଦାନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଜିଓ ବିସ୍ତାର ଯୋଜନା ଅନ୍ତର୍ଗତ ଚିହ୍ନିତ ସ୍ଥାନରେ ବହୁତ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବାର ଲକ୍ଷ୍ୟ ରଖାଯାଇଛି।ନୂଆଗାଁ ବ୍ଲକ୍ ର ୧୯ ଟି ଗ୍ରାମରେ ,ଗଣିଆ ବ୍ଲକ୍ ର ୨୯ ଟି ଗ୍ରାମ ରେ ଏବଂ ଦଶପଲ୍ଲା ବ୍ଲକ୍ ର ୧୧୮ ଟି ଗ୍ରାମ ଏହିପରି ଭାବେ ୧୬୬ ଟି ଗ୍ରାମରେ ମୋବାଇଲ ଟାୱାର ପ୍ରତିଷ୍ଠା ପାଇଁ ସର୍ଭେ ସ୍ଥିତି ଏବଂ ଜମି ଅଧିଗ୍ରହଣ ସ୍ଥିତି ପରିଶିଷ୍ଟ- କ ରେ ଉଲ୍ଲେଖ କରାଯାଇଛି। ଆଗାମୀ ଦିନରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଯୋଗୁ ଲୋକମାନଙ୍କୁ ହାତ ପାଆଁତାରେ ମୋବାଇଲ ସେବା ମିଳିବାକୁ ଯାଉଛି।ଦଶପଲ୍ଲା ବିଧାୟକ ଙ୍କ ଏଭଳି କାର୍ଯ୍ୟ ପାଇଁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର କୋଣ ଅନୁକୋଣ ରେ ଥିବା ଲୋକମାନେ ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ପାଇ ଆମେ ଗର୍ବିତ ବୋଲି କହିଛନ୍ତି ।














