ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଗଜପତି ଜିଲ୍ଲାର ସଦର ମହକୁମା ସ୍ଥିତ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଏକ ଘର ଭାଙ୍ଗି ଚୋରି ମାମଲାର ସଫଳ ଉଦଘାଟନ କରି ଚିନ୍ତାଲା କଲ୍ୟାଣ (୨୫), ପିତା- ଚିନ୍ତାଲା ହେମନ୍ତ କୁମାର, ସଞ୍ଜୟ ଗାନ୍ଧୀ କଲୋନୀ, ପାରଳାଖେମୁଣ୍ଡିଙ୍କୁ ଗିରଫ କରିଛି । ଏ ସମ୍ପର୍କରେ ପାରଳାଖେମୁଣ୍ଡି ମଡେଲ ଥାନା କେସ୍ ନଂ. ୩୭୩, ତା.୧୦.୦୯.୨୦୨୬, ଦଫା ୩୩୧(୪)/୩୦୫ (ଏ) BNSରେ ମାମଲା ରୁଜୁ ହୋଇଛି ।

ଅଭିଯୋଗକାରୀ ଭି. ଦାମରନାଥ, ଭି. ଧର୍ମାନନ୍ଦ (୧୯), କବିଟି ସାହି, ପାରଳାଖେମୁଣ୍ଡିଙ୍କ ଲିଖିତ ଅଭିଯୋଗ ଅନୁସାରେ, ୦୭/୦୮.୦୯.୨୦୨୬ ରାତି ପ୍ରାୟ ୨ଟା ସମୟରେ ସେ ଘରେ ଶୋଇଥିବାବେଳେ ଜଣେ ଅଜଣା ବ୍ୟକ୍ତି ପଛପଟ ଦ୍ୱାରର ହୁକ୍ ଭାଙ୍ଗି ଘର ଭିତରକୁ ପଶିଥିଲେ। ଅଭିଯୋଗକାରୀ ଉଠି ତାଙ୍କୁ ଧରିବାକୁ ଚେଷ୍ଟା କରିବାରୁ ସେ ତାଙ୍କୁ ଠେଲି ଦେଇ ଶୋଇବା ସ୍ଥାନ ନିକଟରେ ଥିବା ମୋବାଇଲ ଫୋନ୍ ନେଇ ପଳାଇ ଯାଇଥିଲେ ।
ତଦନ୍ତରେ ଜଣାପଡ଼ିଛି ଯେ, ସେହି ରାତିରେ ଅଭିଯୁକ୍ତ ଖଞ୍ଜା ସାହିର ସୁକାନ୍ତ ବରାଡ଼ଙ୍କ ଘରର ଗ୍ରିଲ୍ ଗେଟ୍ରେ ଲାଗିଥିବା ଲୁହା ଜାଲି କାଟି ଘର ଭିତରକୁ ପଶି ଆଉ ଗୋଟିଏ ମୋବାଇଲ ଫୋନ୍ ଚୋରି କରିଥିଲେ। ଅଭିଯୁକ୍ତଙ୍କଠାରୁ ଚୋରି ହୋଇଥିବା ଉଭୟ ମୋବାଇଲ ଫୋନ୍ ଉଦ୍ଧାର କରି ଜବତ କରାଯାଇଛି । ତଦନ୍ତ ସମୟରେ ଅଭିଯୁକ୍ତ ୩୧.୦୮.୨୦୨୬ ରାତିରେ ବଡ଼ ବ୍ରାହ୍ମଣ ସାହି, ପାରଳାଖେମୁଣ୍ଡିର ହୋମଗାର୍ଡ ସୁଜିତ କୁମାର ମହାପାତ୍ରଙ୍କ ଏକ ସବୁଜ ରଙ୍ଗର Hero HF Deluxe ମୋଟରସାଇକେଲ ଚୋରି କରିଥିବା ମଧ୍ୟ ଜଣାପଡ଼ିଛି।

ଉକ୍ତ ଚୋରି ମୋଟରସାଇକେଲକୁ ମଧ୍ୟ ପୋଲିସ ଉଦ୍ଧାର କରି ଜବତ କରିଛି।ଅଭିଯୁକ୍ତ ପୂର୍ବରୁ ମଧ୍ୟ ଏହିପରି ଚୋରି ଘଟଣାରେ ପାରଳାଖେମୁଣ୍ଡି ଥାନା କେସ୍ ନଂ. ୧୯୪, ତା.୦୭.୦୮.୨୦୨୫, ଦଫା ୩୦୯(୬) BNS, G.R. Case No. 402/2025 ଏବଂ କେସ୍ ନଂ. ୧୨୮, ତା.୦୧.୦୫.୨୦୨୬, ଦଫା ୩୦୩(୨) BNS, G.R. Case No. 263/2026ରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ ।
ଏହି ମାମଲାର ସଫଳ ଉଦ୍ଘାଟନ ଓ ଚୋରି ସାମଗ୍ରୀ ଉଦ୍ଧାରରେ ପାରଳାଖେମୁଣ୍ଡି ପୋଲିସର ସ୍ୱତନ୍ତ୍ର ଟିମ୍ର S.I. ପ୍ରଫୁଲ୍ଲ ଜଗରଙ୍ଗା, ASI ଶକ୍ତି ପାଢ଼ୀ ଓ Havildar ପୂର୍ଣ୍ଣଚନ୍ଦ୍ର ମିଶାଲ ପ୍ରମୁଖ ଭୂମିକା ନେଇଥିଲେ। S.I ରାମକୃଷ୍ଣ ଦାସ ମାମଲାର ତଦନ୍ତ କରୁଛନ୍ତି । ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଳନ କରାଯାଉଅଛି । ଅଧିକ ତଦନ୍ତ ଜାରି ରହିଛି ।














