୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ ମହିଳା ଓ ଶିଶୁ ମାନଙ୍କ ଠାରେ ରକ୍ତହୀନତା ଦୂର କରିବା ତଥା ଏନିମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ ପାଇଁ “ଅମ୍ଳାନ” କାର୍ଯ୍ୟକ୍ରମର ଶୁଭାରମ୍ଭ ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ସ୍ମୃତି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜିଳସ୍ୱାସ୍ଥ୍ୟ ସମିତି ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି । ଗର୍ଭସ୍ଥ ଓ ପ୍ରସୂତି ମହିଳା ଏବଂ ଶିଶୁ ମାନଙ୍କ ଠାରେ ରକ୍ତହୀନତା ଦୂର କରିବା ଦିଗରେ ଏହି କାର୍ଯ୍ୟକ୍ରମ ବେଶ୍ ସହାୟକ ହେବ । ବିଶେଷ କରି ଏହି “ଅମ୍ଳାନ” କାର୍ଯ୍ୟକ୍ରମଗ ଦ୍ଵାରା ଗଜପତି ଜିଲ୍ଲାରେ ଥିବା ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା , ପ୍ରଜନନ କ୍ଷମତା ମହିଳା ଏବଂ ଶିଶୁମାନେ ହଜାର ହଜାର ସଂଖ୍ୟାରେ ବେଶ୍ ଉପକୃତ ହେବେ । ଏହି ଅବସରରେ ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟକ୍ରମରେ ସହରାଞ୍ଚଳ ଜାତୀୟ ସ୍ୱାସ୍ଥ୍ୟ ମିଶନର ଏପିଏମ: ଶୁଭଲକ୍ଷ୍ମି ସାହୁଙ୍କ କାର୍ଯ୍ୟକ୍ରମ ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ “ଅମ୍ଳାନ” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏହି “ଅମ୍ଳାନ” କାର୍ଯ୍ୟକ୍ରମ ମାଧ୍ୟମରେ ଉପରୋକ୍ତ ସଂପୃକ୍ତ ମହିଳା ଓ ଶିଶୁ ମାନଙ୍କୁ ମୁଖ୍ୟତଃ ଆଇରନ ,
ଫଲିକ ଏସିଡ ଔଷଧ ଦିଆଯିବା ସହ ସେମାନଙ୍କ ହିମୋଗ୍ଲୋବିନ ପରୀକ୍ଷା ଓ ରକ୍ତହୀନତା ଚିକିତ୍ସା କରିବା ଏବଂ ସେବା ପ୍ରଦାନ-କାରୀ ମାନଙ୍କ ଦକ୍ଷତା ବିକାଶ ଓ ସାମାଜିକ ଆଚରଣରେ ପରିବର୍ତ୍ତନ ଆଣିବା ଏହି କାର୍ଯ୍ୟକ୍ରମର ପରିକଳ୍ପନା ଓ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଡ଼ାଃ ପାତ୍ର କହିଥିଲେ ଅନ୍ୟ ପକ୍ଷରେ ରକ୍ତହୀନତା ଯୋଗୁଁ ଗର୍ଭସ୍ଥ ମହିଳାଙ୍କ କ୍ଷେତ୍ରରେ , ଗର୍ଭସ୍ଥ ଶିଶୁ ଠିକ୍ ଭାବେ ବୃଦ୍ଧି ନ ହେବା , ଶିଶୁ ଓ ମାତୃ ମୃତ୍ୟୁହାର ବୃଦ୍ଧି ପାଇବା , ଜନ୍ମିତ ଶିଶୁର ଶରୀର ଓ ମସ୍ତିସ୍କ ଓ ମାନସିକ ଉନ୍ନତି ନ ହେବା , ସେମାନଙ୍କ ପାଠପଢ଼ାରେ ଓ କୌଣସି ଶାରୀରିକ କୁ ମାନସିକ କାର୍ଯ୍ୟରେ ମନ ନ ଲାଗିବା ପ୍ରଭୃତି ସମସ୍ୟା ଦେଖା ଦେଇଥାଏ ବୋଲି କହିଥିଲେ ଏହି କାର୍ଯ୍ୟକ୍ରମରେ ଡିପିଏଚଓ: ଡ଼ାଃ ଏମ:ଏମ: ଅଲ୍ଲୀ ,
ଡିପିଏମ: ସୌମ୍ୟା ରାଣୀ ଗୌଡ଼ କାଉନସିଲର ଶ୍ରୀମତୀ ଧରିତ୍ରୀ ଶବର ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଏସ: ତିରୁପତି ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ
ପରେସଂପୃକ୍ତବିଦ୍ୟାଳୟରଶତାଧିକଛାତ୍ରଛାତ୍ରୀମାନଙ୍କହିମୋଗ୍ଲୋବିନପରୀକ୍ଷା କରା ଯାଇଥିଲା ଅନ୍ୟମାନଙ୍କମଧ୍ୟରେଏହି କାର୍ଯ୍ୟକ୍ରମରେ ଏଡିପିଏଚସିଓ ଶ୍ରୀ ନେତ୍ରାନନ୍ଦ ଶତପଥି , ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମ୍ୟାନେଜର ଶ୍ରୀ ସାଇ ପ୍ରସାଦ ଦାସ , ଡିଏମଆରସିଏଚ: ଶ୍ରୀ ସୁଶାନ୍ତ ପ୍ରସାଦ ଦାସ ଏବଂ ସହରାଞ୍ଚଳ ଜାତୀୟ ସ୍ୱାସ୍ଥ୍ୟ ମିଶନ ଏକାଉଣ୍ଟାଣ୍ଟ ଶ୍ରୀ ଜିତେନ୍ଦ୍ର କରାଡ଼ ପ୍ରମୁଖ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମରେ ଏଏନଏମ: ଶ୍ରୀମତୀ ଏସ: ଅରୁଣା ରାଣୀ ଏବଂ ଶ୍ରୀମତୀ ଆରତୀ ବେବର୍ତ୍ତା ପ୍ରମୁଖ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ହିମୋଗ୍ଲୋବିନ ପରୀକ୍ଷା କରିଥିବା ବେଳେ ଏଥିରେ ଆଶାକର୍ମୀ ଶ୍ରୀମତୀ ପି: ନିହାରିକା , ରଞ୍ଜିତା ପ୍ରଧାନ , ଏ: ପାର୍ବତୀ ଏବଂ ଶ୍ରୀମତୀ ତୃପ୍ତିମୟୀ ପଟନାୟକ ପ୍ରମୁଖ ସହଯୋଗ କରିଥିଲେ ।














