ଫୁଲବାଣୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ବହୁଦିନ ପୂର୍ବରୁ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି କୋଣସି କାରଣ ନ ଥାଇ ଜଣେ ଟାଣୁଆ ଓ ଦକ୍ଷ ଥିବା କଂଗ୍ରେସ ନେତା ବା ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଘନ କୁମାର ଶବର କୁ ଦଳରୁ ନୀଳମ୍ବନ କରିଥିଲେ କିନ୍ତୁ ଏହି ନିଲମ୍ବନକୁ ସହଜରେ ଗ୍ରହଣ କରିନ ଥିଲା ରାଜ୍ୟ କଂଗ୍ରେସ । ଜଣେ ଆଗ ଧାଡ଼ିର କଂଗ୍ରେସ ନେତାଙ୍କ ନିଲମ୍ବନ ପରେ କନ୍ଧମାଳ ଜିଲ୍ଲାରେ ବରିଷ୍ଠ କଂଗ୍ରେସ ନେତା ଓ ବୁଦ୍ଧିଜୀବୀ ଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଶେଷରେ ରାଜ୍ୟ କଂଗ୍ରେସ ସତସମ୍ମାନ ସହିତ ଘନ କୁମାର ଶବରଙ୍କ ନୀଳମ୍ବନକୁ ପ୍ରତ୍ୟାହାର କରାଯାଇ ଥିବାରୁ ଅନେକ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।















