No Result
View All Result
.
ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଓଡ଼ିଆ ଭାଷା -ସାହିତ୍ୟ, କଳା, ସଂସ୍କୃତିର ମିଳିତ ସମନ୍ୱୟରେ ଗଠିତ ତ୍ରୟମାସିକ ଶିଶୁ /କିଶୋର ପତ୍ରିକା ‘କୃପାନେତ୍ର’ର ସମ୍ପାଦକ ଶ୍ରୀ ରବୀନ୍ଦ୍ରନାଥ ପାତ୍ରଙ୍କୁ ବିଶିଷ୍ଟ ସାହିତ୍ୟିକ ଭାବେ ପୁରୀର ୟୁଥ ହଷ୍ଟେଲ ଠାରେ ଆୟୋଜିତ ଏକ ଉତ୍ସବରେ ଓଡିଶା ଶିଶୁ ସାହିତ୍ୟ ସଂପାଦକ ସଙ୍ଗଠନ ପକ୍ଷରୁ ଉତ୍ତରୀୟ,ମାନପତ୍ର, ଉଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ସାହିତ୍ୟିକ ଶ୍ରୀ ରବିନ୍ଦ୍ର ନାଥ ପାତ୍ର ଖୋର୍ଦ୍ଧା ଜିଲ୍ଲାର ବନମାଲୀପୁର ଅଞ୍ଚଳରୁ ଦୀର୍ଘ ସତର ବର୍ଷ ଧରି ଏହି ‘କୃପାନେତ୍ର’ ପତ୍ରିକାଟୀ ବହୁ ବାଧା ବିଘ୍ନକୁ ପଛରେ ପକାଇ ଏବେବି ଉକ୍ତ ସାହିତ୍ୟ ପତ୍ରିକା କୃପାନେତ୍ର ପତ୍ରିକାରେ ଲେଖନୀ ଚାଳନା କରିବା ସହ ଏହି ଶିଶୁ କିଶୋର ପତ୍ରିକାଟି ପ୍ରକାଶିତ କରି ଚାଲିଛନ୍ତି l

ଆୟୋଜିତ ଏହି କାଯ୍ୟକ୍ରମରେ ଓଡିଶାର ବିଶିଷ୍ଟ ଶିଶୁ ସାହିତ୍ୟିକ ଓ ଜାତୀୟ ଵାଲପୁରସ୍କାର ବିଜେତା ଡ଼. ରାଜକିଶୋର ପାଢ଼ୀ ନ୍ୟାସନାଲ ଵୁକଟ୍ରଷ୍ଟର ପ୍ରାକ୍ତନ ପୂର୍ବାଂଚଳ ମୁଖ୍ୟ ତଥା ପୁରୀ ପାଠକ ମଞ୍ଚର ସମ୍ପାଦକ ଡ଼. ମାନସ ମହାପାତ୍ର ,ଉତ୍କଳ ସାହିତ୍ୟ ସମାଜର ସଭାପତି ଡ଼. ଗୋବିନ୍ଦ ଚାନ୍ଦ ଓ ଡ଼. ପ୍ରିୟଙ୍କା ମହାନ୍ତି , ଡ଼. ଶ୍ରୀକାନ୍ତ ଚରଣ ପାତ୍ର ପ୍ରମୁଖ, ମୁଖ୍ୟ ଅତିଥି,ମୁଖ୍ୟବକ୍ତା ଏଵଂ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଶିଶୁ ସାହିତ୍ୟରେ ସମ୍ପାଦକଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ l ସଂଗଠନର ସଭାପତି ଡ଼. ରାମଚନ୍ଦ୍ର ଦେଓଙ୍କ ତତ୍ତ୍ୱବଧାନରେ ଏହା ସଫଳ ହୋଇଥିଲା l ଏହି କାଯ୍ୟକ୍ରମରେ ସଂଗଠନ ର ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ସେନାପତି ସ୍ୱାଗତ ଭାଷଣ ଦେଇ ଥିବା ବେଳେ ଶ୍ରୀ ରମେଶ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ l ସର୍ବ ସମତିକ୍ରମେ ଏହି ଅନୁଷ୍ଠାନର ନାମ ରାଜ୍ୟସ୍ତରୀୟ ନିଖିଳ ଓଡିଶା ଶିଶୁ ସାହିତ୍ୟ ସଂଗଠନ ବୋଲି ରଖା ଯାଇଥିଲା l

କୃପାନେତ୍ର’ର ସମ୍ପାଦକ ଶ୍ରୀ ରବୀନ୍ଦ୍ରନାଥ ପାତ୍ର ଓଡିଶାର ଜଣେ ସୁନାମଧନ୍ୟ ଶିଶୁ -ସାହିତ୍ୟିକ ଓ ଦକ୍ଷ ସଂଗଠକ ଅଟନ୍ତି l ସେ ପ୍ରାୟ ୩୦ ଖଣ୍ଡ ପୁସ୍ତକର ଲେଖକ, ଆଉ ମଧ୍ୟ ଜଣେ ବରିଷ୍ଠ କବି ଏବଂ ୨୦୨୨ ମସିହାରେ ଓଡିଶା ସରକାରଙ୍କର ଜଙ୍ଗଲ ଓ ପରିବେଶ ବିଭାଗର ମାନ୍ୟବର ମନ୍ତ୍ରୀ, ଓ ମାନ୍ୟବର ସଚିବଙ୍କ ଦ୍ୱାରା ‘ପ୍ରକୃତି ମିତ୍ର’ ପୁରସ୍କୃତ ପାଇଥିଲେ l ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଅଛି l ଉକ୍ତ କାଯ୍ୟକ୍ରମରେ ‘କୃପାନେତ୍ର’ ପରିବାରର ଦୁଇ ଜଣ ଶିଶୁ କଳାକାର ଲକ୍ଷ୍ମୀପ୍ରିୟା ବେହେରା ଓ ପ୍ରଜ୍ଞାସା ଭୋଇଙ୍କୁ ପଦକ ଏବଂ ଉପଢୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।


No Result
View All Result