୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ସରକାରଙ୍କ ନାଲି ଆଖିକୁ ଖାତିର ନାହିଁ, ମରିବୁ ପଛେ ଜାରୀ ରଖିବୁ ଲଢେଇ..... ଗଜପତି ଜିଲ୍ଲା ଆର. ଉଦୟଗିରି ରେ ଅଙ୍ଗନୱାଡି କର୍ମୀଙ୍କ ରଣ ହୁଙ୍କାର l ବିଭିନ୍ନ ଦାବି ନେଇ ସୋମବାର ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କରସ୍ ଆସୋସିଏସନ୍ ପକ୍ଷରୁ ଭୁବନେଶ୍ୱର ଠାରେ ବିଶାଳ ସମାବେଶ ସହ ବିଧାନସଭା ଘେରlଉ କରଯାଇଛି l ବୁଧବାର ଆର. ଉଦୟଗିରି ରେ ସମସ୍ତ ଅଙ୍ଗନୱାଡି କେନ୍ଦ୍ରର ଶତାଧିକ କର୍ମୀ ଆଇସିଡ଼ିଏସ୍ କlର୍ଯ୍ୟlଳୟରେ ସେଠାରେ ଧାରଣା ଦେବା ସହ ସେମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ସଂମ୍ପର୍କରେ ଗର୍ଜି ଥିଲେ l ଗର୍ଭବତୀ ଠାରୁ ଆରମ୍ଭ କରି ଛୁଆ ଜନ୍ମ ହେବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ଵ ଅଙ୍ଗନୱାଡି କର୍ମୀ ମାନେ ନେଇଥାନ୍ତି l ଏଥିସହ ସରକାରଙ୍କ ସମସ୍ତ ଜନହିତକର ଯୋଜନାର ସଫଳ ରୂପାୟନରେ ଅଙ୍ଗନୱାଡ଼ି କର୍ମୀଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି l ମହିଳା ମାନଙ୍କୁ ଏକାଠି କରି ଏସଏଚଜି ଗଠନରେ ଅଙ୍ଗନୱାଡ଼ି କର୍ମୀଙ୍କ ପରିଶ୍ରମ ଯୋଗୁଁ ସରକାର ସଫଳ ହେବା ସହ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ସ୍ଥାନରେ ପୁରସ୍କୃତ ହୋଇଛନ୍ତି l ତେବେ ରାଜ୍ୟ ସରକାର ଅଙ୍ଗନୱାଡି କର୍ମୀଙ୍କୁ ୪୫ ଟି କାମ ଲଦିଦେଇଥିବା ବେଳେ ସେମାନଙ୍କ ଦାବି ପ୍ରତି କେବେ ଗୁରୁତ୍ଵ ଦେଉନାହାନ୍ତି l ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ଦରମା ବୃଦ୍ଧି, ମିନି ଅଙ୍ଗନୱାଡି ଉଚ୍ଛେଦ କରାଯାଇ ମୂଖ୍ୟ ଅଙ୍ଗନୱାଡି କର୍ମୀର ମାନ୍ୟତା ପ୍ରଦାନ ସହ ବିଭିନ୍ନ ଦାବି ନେଇ ପ୍ରତିବର୍ଷ ଆନ୍ଦୋଳନ କରାଯାଉଛି l ହେଲେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭlଙ୍ଗୁନାହିଁ l

ସରକାର ଅଙ୍ଗନୱାଡି କର୍ମୀଙ୍କୁ ସମ୍ମାନ ଦେବା ପରିବର୍ତ୍ତେ ନାଲି ଆଖି ଦେଖାଉଛନ୍ତି l ଅଙ୍ଗନୱାଡ଼ି କର୍ମୀଙ୍କ ସମସ୍ୟା ବୁଝିବା ପରିବର୍ତ୍ତେ ଓଲଟା ସରକାର ଆନ୍ଦୋଳନ ବନ୍ଦ କରିବାକୁ ଧମକ ଦେଇଛନ୍ତି l ଆନ୍ଦୋଳନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର l ନବୀନ ସରକାର ଗାଁ କୁ କାମ ମା କୁ ସମ୍ମାନ ଦିଆ ଯାଉଛି ବୋଲି କହୁଛନ୍ତି l ହେଲେ ଅଙ୍ଗନୱାଡି କର୍ମୀ କଣ ଜଣେ ଜଣେ ମା ନୁହନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଅଙ୍ଗନୱାଡି କର୍ମୀ l ସରକାର ତାଙ୍କ ଦାବି ପୂରଣ କରିବା ପରିବର୍ତ୍ତେ ସେମାନଙ୍କୁ ଧମକ ଦେଇଛନ୍ତି l ଏ କଣ ସରକାରଙ୍କ ମା କୁ ସମ୍ମାନ l ରାଜ୍ୟ ସରକାର ଯେତେ ଧମକ ଦେଲେ ମଧ୍ୟ ଡରିବୁ ନାହିଁ l ଆମ ହକ ପାଇଁ ଆମେ ଲଢେଇ କରୁଛୁ l ସରକାର ଯେତେ ଦିନ ପର୍ଯ୍ୟନ୍ତ ତାଙ୍କ ଦାବି ପୂରଣ କରିନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଆମ ଲଢେଇ ଜାରୀ ରହିବ ବୋଲି ଅଙ୍ଗନୱାଡି କର୍ମଚାରୀ ସଂଘର ସଭାନେତ୍ରୀ କେ. କୁନି ଦୋରା ଓ ସାଧାରଣ ସମ୍ପାଦିକା ଝୁନୁ ପମା ସତପଥି କହିଛନ୍ତି l