ଦ୍ୱିଭାଷୀ ପ୍ରକାଶନରେ ପୂର୍ଣ୍ଣ ପ୍ରସ୍ତୁତ କାରିଗରୀ ବସ୍ତୁ ଊଦ୍ଧ୍ୱର୍ରେ ଚାନ୍ଦୁଆର ପରୀକ୍ଷା ନିରୀକ୍ଷା କରିବାକୁ କ୍ଷେତ୍ରସ୍ତରୀୟ କାର୍ଯ୍ୟ, ଅଭିଲେଖୀୟ ଗବେଷଣା ଏବଂ କାରିଗରୀ ଆତ୍ମଜୀବନୀକୁ ଏକତ୍ରିତ କରାଯାଇଛି l
ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଏମ୍ଜିଏମ୍ ଫାଉଣ୍ଡେସନ୍ ଏବଂ ଭୁବନେଶ୍ୱର ଏକ୍ସପେରିମେଣ୍ଟାଲ୍ ଆର୍ଟ ଆଣ୍ଡ ଡିଜାଇନ୍ ଷ୍ଟୁଡିଓ (ବିଇଏଡିଏସ୍)ର ଏକ ସମ୍ମିଳିତ ପ୍ରୟାସ ଓଡ଼ିଶା କ୍ରାଫ୍ଟ ଓଡ଼ିସି (ଓସିଓ) ‘ଚାନ୍ଦୁଆ: କାନୋପିଜ୍ ଅଫ୍ ଲେବର’, ରବିବାର, ସେପ୍ଟେମ୍ବର ୨୦, ୨୦୨୬ରେ ଓଡ଼ିଶା ରିସର୍ଚ୍ଚ ସେଣ୍ଟର (ଓଆର୍ସି) ଅଡିଟୋରିମ୍, ସାମନ୍ତପୁରୀ, ଭୁବନେଶ୍ୱରଠାରେ ଉନ୍ମୋଚନ କରିବ, ଯେଉଁ ଦ୍ୱିଭାଷୀ ପ୍ରକାଶନରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାଗୁଡିକ ସ୍ଥାନ ପାଇଛି । ସନ୍ଧ୍ୟା ୫ଟାରେ ଏହାର ଉନ୍ମୋଚନ ଓସିଓର ପ୍ରଥମ ପୂର୍ଣ୍ଣ ଦିବସୀୟ ଆଲୋଚନାଚକ୍ର ‘ମ୍ୟାପିଂ ଟ୍ରାଞ୍ଜିସନ୍ସ୍: ଆର୍ଟ, କ୍ରାଫ୍ଟ ଆଣ୍ଡ୍ ଦି ଏଥନୋଗ୍ରାଫିକ୍ ଟର୍ଣ୍ଣ’ର ସମାପ୍ତକାଳୀନ ବିଷୟବସ୍ତୁ ହେବ ।

ଚାନ୍ଦୁଆ: କାନୋପିଜ୍ ଅଫ୍ ଲେବର ଓଡ଼ିଶାର ଚାନ୍ଦୁଆ ପରମ୍ପରା ଏବଂ ସେଗୁଡିକୁ ବଜାୟ ରଖିଥିବା ସମୁଦାୟଙ୍କ ସହିତ ଗବେଷଣା ଭିତ୍ତିକ ନିୟୋଜନତାର ପରିଣାମ ଅଟେ । ପୂର୍ଣ୍ଣ ପ୍ରସ୍ତୁତ ବସ୍ତୁର ଊଦ୍ଧ୍ୱର୍କୁ ଯାଇ ଏହା କାରିଗରୀକୁ ମୂର୍ତ୍ତିମନ୍ତ ଜ୍ଞାନ ଏବଂ ଜୀବନ୍ତ ନିଦର୍ଶନ ଭାବରେ ଉପସ୍ଥାପନ କରୁଛି, ଯାହା ଏହାର ପ୍ରସ୍ତୁତି ମଧ୍ୟରେ ରହିଥିବା ଶ୍ରମ, ସ୍ମୃତି, ଇତିହାସ ଏବଂ ସାଂସ୍କୃତିକ ଜ୍ଞାନକୁ ଖୋଜିଛି । ୨୦୨୬ ସଂସ୍କରଣ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଉପସ୍ଥାପିତ ହେବାକୁ ଯାଉଛି ଏବଂ
ଏହାର ସମ୍ପାଦନା ପ୍ରେମଜିଶ୍ ଆଚାରୀ ଓ ଶିବଦାସ ସେନଗୁପ୍ତ କରିଥିବାବେଳେ ଓସିଓ ଫେଲୋ ମଧୁଲିକା ଏସ୍.ନାଇଡୁ, ରିସର୍ଚ୍ଚ ଫେଲୋ ଏବଂ ରାଜ୍ ମୌର୍ଯ୍ୟ, ଆର୍କାଇଭିଷ୍ଟ ଫେଲୋ ଗବେଷଣା ତଥା ଦସ୍ତାବିଜ ଏକତ୍ରିତ କରିଛନ୍ତି । ଏହି ପୁସ୍ତକ କ୍ରୟ କରିବାକୁ ସମସ୍ତ ଟିକସ ସହିତ ୬୫୦୦ ଟଙ୍କାରେ ଉପଲବ୍ଧ ହେବ । ଆର୍ଟ ଆଜ୍ ସୋସିଆଲ ପ୍ରାକ୍ଟିସ (ଆର୍ଟିଷ୍ଟସ୍ ଆଜ୍ ଏଥନୋଗ୍ରାଫରସ୍: ରିଇମାଜିନିଂ ଲୋକାଲ୍ ନଲେଜ ସିଷ୍ଟମସ୍), ଦି ଇନଷ୍ଟିଚ୍ୟୁସନାଲ୍ ବ୍ରିଜ୍ (ଇନଷ୍ଟିଚ୍ୟୁସନ୍ ବିଲଡିଂ ବିଟ୍ୱିନ ଆର୍ଟ, କ୍ରାଫ୍ଟ ଆଣ୍ଡ ଅନ୍ଥ୍ରୋପୋଲୋଜି) ଏବଂ ମ୍ୟାପିଂ ଟ୍ରାଞ୍ଜିସନ୍ସ୍ (ଆର୍ଟ, କ୍ରାଫ୍ଟ, ଆଣ୍ଡ ଦି ଏଥନୋଗ୍ରାଫିକ୍ ଟର୍ଣ୍ଣ)
ଆଦି ତିନିଟି ବିଷୟକୁ ନେଇ ପ୍ରସ୍ତୁତ ଆଲୋଚନାଚକ୍ରରେ କଳାକାର, ଗବେଷକ, ସାଂସ୍କୃତିକ ଅଭ୍ୟାସକାରୀ ଏବଂ ସଂସ୍ଥାନଗତ ବ୍ୟକ୍ତିବିଶେଷ ଏକତ୍ରିତ ହୋଇ କଳା, କାରିଗରୀ ଏବଂ ଜାତିଗତ କାର୍ଯ୍ୟାଭ୍ୟାସ ପ୍ରତି ପରିବର୍ତ୍ତିତ ଆଭିମୁଖ୍ୟ ସମ୍ପର୍କରେ ପରୀକ୍ଷା ନିରୀକ୍ଷା କରିବେ । ଆଲୋଚକମଣ୍ଡଳୀରେ ସାମିଲ ହେବାକୁ ଜୀବେଶ ବାଗଚୀ, ରାକ୍ସ୍ ମେଡିଆ କଲେକ୍ଟିଭ; ପ୍ରଫେସର ବିଷ୍ଣୁ ମହାପାତ୍ର, ପଲିଟିକାଲ ସାଇଣ୍ଟିଷ୍ଟ ଓ କବି; ରିଚା ଅଗରୱାଲ, ସିଇଓ,
ଇମାମି ଆର୍ଟ ଓ ଚେୟାରପର୍ସନ, କୋଲକାତା ସେଣ୍ଟର ଫର କ୍ରିଏଟିଭିଟି (କେସିସି); ଅନୁପମ ରୟ, ଦି ପଞ୍ଜେରୀ ଆର୍ଟିଷ୍ଟସ’ ୟୁନିଅନ; ମନିଶା ଅହମଦ, କୋ-ଫାଉଣ୍ଡର, ଲଦାଖ ଆର୍ଟସ୍ ଆଣ୍ଡ ମିଡିଆ ଅର୍ଗାନାଇଜେସନ (ଏଲଏଏମ୍ଓ); ଏବଂ ଜଗନ୍ନାଥ ପଣ୍ଡା, ବିଶିଷ୍ଟ ଓଡ଼ିଶା କଳାକାର ତଥା ସ୍ଥପତି ନିଜର ସ୍ୱୀକୃତି ପ୍ରଦାନ କରିସାରିଛନ୍ତି । ଏହି ଆଲୋଚନାଚକ୍ରକୁ ପୁସ୍ତକ ଉନ୍ମୋଚନ ସହିତ ଏକ ବାର୍ଷିକ କାର୍ଯ୍ୟସୂଚୀ ଭାବରେ ଯୋଜନା କରାଯାଇଛି ।
ପୁସ୍ତକ ଉନ୍ମୋଚନ ପରେ ମୁଖ୍ୟ ଅତିଥି ଏବଂ ସମ୍ମାନନୀୟ ଅତିଥିବୃନ୍ଦ ସେମାନଙ୍କର ବକ୍ତବ୍ୟ ରଖିବେ, ଯେଉଁମାନଙ୍କ ମଧ୍ୟରେ ବିଶିଷ୍ଟ ଡିଜାଇନର ଏବଂ କ୍ୟୁରେଟର ରାଜୀବ ସେଠୀ ରହିଛନ୍ତି ଏବଂ ସେ ପୁସ୍ତକରେ ନିଜର ମନ୍ତବ୍ୟ ଦେଇ କହିଛନ୍ତି, “ଦି କାନୋପି, ସେଥିପାଇଁ ବ୍ୟବସାୟର ଏକ ବସ୍ତୁ ହେବା ପୂର୍ବରୁ ସହଯୋଗର ଏକ ଉତ୍ପାଦ ହୋଇଛି । ଯେତେବେଳେ ସାମାଜିକ ଏବଂ ରାଜନୈତିକ ଘଟଣାକ୍ରମଗୁଡିକ ଗୋଷ୍ଠୀଗୁଡିକୁ ସରଳୀକରଣ କରିବାକୁ ଚାହୁଁଛି, ସେତେବେଳେ ଚାନ୍ଦୁଆ ଏକ ଭିନ୍ନ ବର୍ଣ୍ଣନା ଉପସ୍ଥାପନ କରୁଛି । ଏହା ତିଷ୍ଠିରହିବା ପୃଥକୀକରଣ ଉପରେ ନୁହେଁ, ଆନ୍ତଃନିର୍ଭରଶୀଳତା ଉପରେ ନିର୍ଭର କରୁଛି ।”













