ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀଙ୍କ ନୀରବତା ଯୋଗୁଁ ଖଣ୍ଡପଡା ଅଞ୍ଚଳବାସୀ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ …
ଖଣ୍ଡପଡ଼ା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଖଣ୍ଡପଡ଼ା ସହରର ୧୨ ନଂ ଓ୍ବାର୍ଡସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦିର୍ଘ ଦିନ ଧରି ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ଖଣ୍ଡପଡ଼ା ନଗର କଂଗ୍ରେସ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ ୧୦ ଟା ରୁ ପ୍ରତୀକ ଧାରଣା । ଖଣ୍ଡପଡ଼ା ନଗର କଂଗ୍ରେସ ସଭାପତି ସନ୍ତୋଷ କୁମାର ସାହୁଙ୍କ ନେତୃତ୍ବରେ ହୋଇଥିବା ଧାରଣାକୁ ସମର୍ଥନ ଜଣାଇ ଖଣ୍ଡପଡ଼ା ସହର ୧ ନଂ ଓ୍ବାର୍ଡର ବରିଷ୍ଠ କାଉନସିଲର ସରୋଜ କୁମାର ପ୍ରଧାନ, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସଂଗଠକ ଅମରେନ୍ଦ୍ର ମିଶ୍ର,
ସଞ୍ଜୟ ପ୍ରଧାନ,ଗୋପାଳ ମହାପାତ୍ରଙ୍କ ସମେତ ଅନ୍ଯମାନେ ଧାରଣାରେ ସାମିଲ ହୋଇଥିବା ଜଣାଯାଇଛି । ଖଣ୍ଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସଦା ସର୍ବଦା ଡାକ୍ତରଙ୍କ ଅଭାବ ପରିଲକ୍ଷିତ ହେଉଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ଅଞ୍ଚଳବାସୀ ସ୍ବାସ୍ଥ୍ୟସେବା ପରି ମୌଳିକ ସେବାରୁ ବଞ୍ଚିତ ହୋଇ ଆସୁଥିବା ଅଭିଯୋଗ ହେଉଛି ।ଏପରିକି ବାରମ୍ବାର ଦାବି ସତ୍ତ୍ବେ ମଧ୍ଯ ସମସ୍ୟାର ସମାଧାନ ଦିଗରେ ସ୍ବାସ୍ଥ୍ୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ,
ଜିଲ୍ଲା ପ୍ରଶାସନ ନତୁବା ଲୋକ ପ୍ରତିନିଧିମାନେ ଦୃଷ୍ଟି ଦେଉ ନ ଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରି ଆସୁଛନ୍ତି । କ୍ରମାଗତ ଭାବେ ସ୍ବାସ୍ଥ୍ୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅଣଦେଖା ଓ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀଙ୍କ ନୀରବତା ଯୋଗୁଁ ଖଣ୍ଡପଡା ଅଞ୍ଚଳବାସୀ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇ ଜରୁରୀକାଳୀନ ପରିସ୍ଥିତିରେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରତିବାଦରେ କଂଗ୍ରେସ ଦଳର କର୍ମୀ ଓ ସଂଗଠକମାନେ ଆନ୍ଦୋଳନକୁ ଓହ୍ଲାଇ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିବା ବେଳେ ଦାବି ପୂରଣ ହେବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି କଂଗ୍ରେସ କର୍ମୀମାନେ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି l













