No Result
View All Result
୧୯ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ବାଣପୁର :- ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ କଳାକାର ମାନଙ୍କୁ ପ୍ରାଧାନ୍ୟ ଦେଉଥିବା ବେଳେ ସେମାନଙ୍କ ସହାୟତା ପାଇଁ କଳାକାର ଭତ୍ତା ର ବ୍ୟବସ୍ଥା କରିଛନ୍ତି, ଆଜି ପୂର୍ବାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପରିସରରେ, ବ୍ଲକର ୧୭ ଗୋଟି ପଞ୍ଚାୟତ ଓ ବାଣପୁର ଏନଏସିର ମିଳିତ କଳାକାର ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମୁଦାୟ ୪୫୫ ଜଣ କଳାକାର ଆବେଦନ କରିଥିଲେ, ତନ୍ ମଧ୍ୟରୁ ୩୩୭ ଜଣ କଳାକାର ଉର୍ଣ୍ଣତମାନର କଳା ପ୍ରଦର୍ଶନ କରି ବିଚାରପତିଙ୍କ ସମ୍ମୁଖରେ ନିଜ ନିଜର ପ୍ରତିଭା ଉପସ୍ଥାପନ କରିଥିଲେ.ଚୟନ ପ୍ରକ୍ରିୟାର ବିଚାରପତି ଭାବେ ଜିଲ୍ଲା କଳାକାର ସଙ୍ଘ ର ଉପସଭାପତି ରାମଚନ୍ଦ୍ର କର,ଭଗବତୀ ମଣ୍ଡଳ ପରିଷଦ ସାଂସ୍କୃତିକ ସମ୍ପାଦକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପଣ୍ଡା, ଭଗବତୀ ମଣ୍ଡଳ ପରିଷଦ ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପାତ୍ର ଏବଂ ନାଟ୍ୟ ନିର୍ଦ୍ଧେଶକ ଶ୍ରୀଯୁକ୍ତ ଭିକାରୀ ଚରଣ ପ୍ରଧାନ ନିୟୋଜିତ ଥିଲେ । ବ୍ଲକ ଅତିରିକ୍ତ ଅଧିକାରୀ ସୀମାଦ୍ରି ପାତ୍ର ଓ ବିଏସଏସଓ ଗିରିବାଳା ନାୟକ ଅଧ୍ୟକ୍ଷତା ରେ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା,ଏଥିସହ ବ୍ଲକ ର କାର୍ଯ୍ୟରତ କର୍ମଚାରୀ ଅମୂଲ୍ୟ କୁମାର ସୁବୁଦ୍ଧି, ସନ୍ତୋସି ମହାରଣା, ପ୍ରଣୟ କୁମାର ଜେନା, ସୂର୍ଯ୍ୟକାନ୍ତ ଦେଉରି,ମମତା ପ୍ରଧାନ, ଲିପିକା ମହାପାତ୍ର,ସତ୍ୟପ୍ରିୟ ଦାଶ,ପଦ୍ମନାଭ ଭାଉଲି ଙ୍କ ପ୍ରତ୍ୟେକ୍ଷ ତତ୍ୱବାଧାନରେ ପ୍ରମୁଖ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଥିଲା । ମାତ୍ର ଯୋଗ୍ୟ ବିବେଚିତ ପାର୍ଥିଙ୍କ ନାମ ଖୋର୍ଦ୍ଧାଠାରେ ଘୋଷଣା କରାଯିବ ବୋଲି ବିଏସଏସଓ ଗିରିବଳା ନାୟକ ପ୍ରକାଶ କରିଛନ୍ତି,
No Result
View All Result